www.samajalive.in
Wednesday, December 10, 2025
26.1 C
Bhubaneswar

ଭୁଲରେ ଅନ୍ୟର ଆକାଉଣ୍ଟକୁ ଟଙ୍କା ପଠାଇଥାନ୍ତି, ଏହା କିପରି ଫେରି ପାଇବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..

ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର ବୃଦ୍ଧି ପାଇଛି। ଅଧିକାଂଶ ଲୋକ ନିଜ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କୁ ଟଙ୍କା ଦେବା ପାଇଁ ଅନଲାଇନ୍ ଟଙ୍କା ସ୍ଥାନାନ୍ତରକୁ ବ୍ୟବହାର କରୁଛନ୍ତି। କାରଣ ଏହା ସ୍ବଳ୍ପ ସମୟ ମଧ୍ୟର ହୋଇଥାଏ ଆମକୁ ବ୍ୟଙ୍କ ଯିବାକୁ ପଡ଼ି ନ ଥାଏ। କିଛି ସମୟରେ ଆମେ ପେମେଣ୍ଟ କଲାବେଳେ ଅଜାଣତରେ ଭୁଲ ହୋଇଯାଇଥାାଏ। ଏହି ପରିପ୍ରେକ୍ଷୀରେ, ଟଙ୍କା ଭୁଲ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଯାଇଥାଏ। ତେବେ ଆପଣ କିପରି ଉକ୍ତ ଟଙ୍କାକୁ ଫେରିପାଇବେ ଏବଂ ଭୁଲ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ହୋଇଯାଇଥାଏ ତେବେ ଆପଣ କ’ଣ କରିବା ଉଚିତ୍?

- Advertisement -

ଗତ କିଛି ବର୍ଷ ମଧ୍ୟରେ, ଏପରି ଅନେକ ଘଟଣା ଘଟିଛି ଯେଉଁଥିରେ ଟଙ୍କା ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି କିମ୍ବା ଅନଲାଇନରେ କେହି ଠକେଇ କରୁଛନ୍ତି। ଏମତି ଘଟଣା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କେବଳ ମିସ୍ କଲ ଦେଇ ଆକାଉଣ୍ଟରୁ ଟଙ୍କା ଉଡିଯାଇଛି। ଉକ୍ତ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି।

 

 

 

ଯଦି ଆପଣଙ୍କ ସହ ଏପରି ଘଟିଛି ପ୍ରଥମେ ଆପଣ ବ୍ୟାଙ୍କଙ୍କୁ ଏ ବିଷୟରେ ଜଣାଇବାକୁ ପଡ଼ିବ। ପରେ ବ୍ୟାଙ୍କ ତଥ୍ୟକୁ ଯାଞ୍ଚ କରିବ କି ତୁମର ଟଙ୍କା ଭୁଲରେ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଛି କି କେହି ଭୁଲ ଭାବେ ଟଙ୍କା ଫେରସ୍ତ କରିଛନ୍ତି। ଅନୁସନ୍ଧାନ ସମାପ୍ତ ହେବା ପରେ ବ୍ୟାଙ୍କ ଆପଣଙ୍କୁ ଆପଣଙ୍କର ସମସ୍ତ ଟଙ୍କା ଦେବ, କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ସର୍ତ୍ତ ଅନୁସରଣ କରିବାକୁ ପଡିବ।

 

 

ଟଙ୍କା ଫେରସ୍ତ ପାଇଁ ଆପଣଙ୍କୁ ପ୍ରଥମେ ଏଟିଏମ୍ କାର୍ଡ ନମ୍ବର ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ କରିବାକୁ ପଡିବ। ଏହା ପରେ ପୁଲିସ ନିକଟରେ ଅଭିଯୋଗ କରିବେ। ତା’ପରେ ଏଫ୍ଆଇଆରର ଏକ କପି ବ୍ୟାଙ୍କରେ ଦାଖଲ କରିବାକୁ ପଡିବ।

 

ବ୍ୟାଙ୍କ ଏଫଆଇଆରକୁ ଆଧାର କରି ପ୍ରତ୍ୟାହାର ହୋଇଥିବା ଟଙ୍କା ଯାଞ୍ଚ କରିବ। ଯଦି ତୁମ ସହିତ କୌଣସି ପ୍ରକାରର ଠକେଇ ହୋଇଛି, ତେବେ ତୁମେ ପୁରା ଟଙ୍କା ଫେରସ୍ତ ପାଇବ। କିନ୍ତୁ ଯଦି ଆପଣ ହଠାତ୍ ଅନ୍ୟର ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି, ତେବେ ପ୍ରଥମ କାର୍ଯ୍ୟ ହେଉଛି ଆପଣଙ୍କ ବ୍ୟାଙ୍କକୁ ଯାଇ ଜାଣାଇବେ ଯେ ଆପଣ ଅନ୍ୟଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଛନ୍ତି । ଏହା ପରେ, ଯେଉଁ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଛି ସେହି ବ୍ୟାଙ୍କ ଶାଖାକୁ ଯାଇ ତୁରନ୍ତ ଦେଖାକରିବାକୁ ପଡ଼ିବ।

ଯଦି ଆପଣ ଭୁଲରେ ଟଙ୍କା ସ୍ଥାନାନ୍ତରର ପ୍ରମାଣ ଦିଅନ୍ତି ତେବେ ଆପଣ ଟଙ୍କା ପାଇପାରିବେ। ଏଥିପାଇଁ ପ୍ରଥମ କାର୍ଯ୍ୟ ହେଉଛି ବ୍ୟାଙ୍କକୁ ଏହା ବିଷୟରେ ଜଣାଇବା ଏବଂ ବିସ୍ତୃତ ସୂଚନା ଦେବା। ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଯଦି ଆପଣଙ୍କ ଅନୁମତି ବିନା ଟଙ୍କା ପ୍ରତ୍ୟାହାର କରାଯାଏ। ତେଣୁ ଆପଣଙ୍କୁ ଏହି ଘଟଣା ବିଷୟରେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ଜଣାଇବାକୁ ପଡିବ। ଏହି ନିୟମ ପାଳନ କଲେ ଆପଣଙ୍କ ଟଙ୍କା ସୁରକ୍ଷିତ ଭାବେ ପାଇପାରିବେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories