www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ୱପ୍ନରେ ନୃତ୍ୟ କରୁଥିବା ଅବସ୍ଥାରେ ମହିଳାଙ୍କୁ ଦେଖିଲେ ହୋଇଥାଏ ଶୁଭଙ୍କର

ରାତିରେ ଶୋଇବା ସମୟରେ ହେଉ ଅଥବା ଭୋରୁ ଅନେକ ସ୍ୱପ୍ନ ସଭିଏଁ ଦେଖିଥାଆନ୍ତି। କିଛି ସ୍ୱପ୍ନ ଆମର ମନେ ରହେ କିଛି ସ୍ୱପ୍ନ ମନେ ରହେ ନାହିଁ। ମାତ୍ର ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର ଆମ ଜୀବନର କିଛି ଘଟଣା ସହ କିଛି ନା କିଛି ସମ୍ବନ୍ଧ ରହିଛି। ସ୍ୱପ୍ନ ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର ଅର୍ଥ ରହିଛି। କିଛି ସ୍ୱପ୍ନର ଅର୍ଥ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହାର ଅର୍ଥ ଅନୁଯାୟୀ, ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ। ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। ଜାଣନ୍ତୁ…..
ଯଦି ଆପଣ ସ୍ୱପ୍ନରେ ସାପକୁ ତାହାର ଗାତ ସହ ଦେଖନ୍ତି, ଏହାର ଅର୍ଥ ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହେବାର ସମ୍ଭବନା ରହିଛି।
ସ୍ୱପ୍ନରେ ନୃତ୍ୟ କରୁଥିବା ଅବସ୍ଥାରେ ମହିଳାଙ୍କୁ ଦେଖିଲେ ଖୁବ ଶୁଭ ବୋଲି ବିବେଚନା କରାଯାଏ। ଏହା ମଧ୍ୟ ଗୃହରେ ମା’ଲକ୍ଷ୍ମୀଙ୍କ ଆଗମନ ହେବାର ସଙ୍କେତ ଦେଇଥାଏ। ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ।
ସ୍ୱପ୍ନରେ ମହୁମାଛି ବସା ଦେଖିବା ମଧ୍ୟ ଖୁବ ଶୁଭ କୁହାଯାଏ। ଏହା ମଧ୍ୟ ଧନପ୍ରାପ୍ତିର ସଙ୍କେତ ଦେଇଥାଏ। ସ୍ୱପ୍ନରେ ମହୁ ଦେଖିବା ମଧ୍ୟ ଶୁଭଙ୍କର।
ଯଦି ଆପଣ ସ୍ୱପ୍ନରେ ନିଜକୁ ଉଚ୍ଚ ସ୍ଥାନ ଅଥବା କିଛି ବୃକ୍ଷ ଉପରେ ଚଢିଥିବାର ଦେଖନ୍ତି, ଏହା କର୍ମ କ୍ଷେତ୍ରରେ ଉନ୍ନତି କିମ୍ବା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତିର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ନିଜେ ଆଭୂଷଣ ପିନ୍ଧୁଥିବାର ଦେଖିଲେ ମଧ୍ୟ ଖୁବ ଶୁଭ। ଏହା ମା’ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବାର ସଙ୍କେତ ଦେଇଥାଏ। ଏହା ଦ୍ୱାରା ମଧ୍ୟ ଆପଣଙ୍କ ଧନପ୍ରାପ୍ତି ହେବାର ସମ୍ଭାବନା ରହିଥାଏ।
ସ୍ୱପ୍ନରେ କୌଣସି ଦେବାଦେବୀ ଅଥବା ଦେବସ୍ଥାନର ଦର୍ଶନ ମିଳିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଆପଣଙ୍କ ଉପରେ ଐଶ୍ୱର୍ଯ୍ୟ କୃପା ରହିଛି। ମା’ଲକ୍ଷ୍ମୀ ଆପଣଙ୍କ ଉପରେ ଖୁବ ସନ୍ତୁଷ୍ଟ ରହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories