www.samajalive.in
Tuesday, December 9, 2025
15.1 C
Bhubaneswar

କୋଭିଡ଼ ସଂକ୍ରମଣ ଆଶଙ୍କା : ନଦୀଘାଟରେ ଛଟ୍ ପୂଜା ନିଷିଦ୍ଧ

ଭୁବନେଶ୍ବର : କୋଭିଡ଼ ମହାମାରୀ ପାଇଁ ରାଜ୍ୟ ଏକ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ସଂକ୍ରମଣ ଯେପରି ଅଧିକ ନବ୍ୟାପିବ ସେଥିପାଇଁ କୋଭିଡ଼-୧୦ ନିରାପତ୍ତା ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବାର ଆବଶ୍ୟକତା ରହିଛି। କୋଭିଡ଼ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଆସନ୍ତା ନଭେମ୍ବର ୨୦ ଓ ୨୧ରେ ନଦୀକୂଳ ଓ ଘାଟଗୁଡ଼ିକରେ ଛଟ ପୂଜା ପାଳନ ଓ ଜନସମାଗମକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏକ ନିର୍ଦେଶନାମା ଜାରି ହୋଇଛି।

ଆଗକୁ ଛଟ ପର୍ବ ଆସୁଥିବାରୁ ସ୍ବାଭାବିକ ଭାବେ ନଦୀକୂଳ, ବିଭିନ୍ନ ଘାଟରେ ବୁଡ଼ ପକାଇବା ତଥା ପୂଜାର୍ଚ୍ଚନା ପାଇଁ ପ୍ରବଳ ଜନଗହଳିର ସମ୍ଭାବନା ରହିଛି। ଏସବୁ ସ୍ଥାନରେ କୋଭିଡ଼ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀକୂଳ ଓ ଘାଟଗୁଡ଼ିକରେ ଛଟ ପୂଜା ପାଳନ ସହିତ ବହୁଲୋକଙ୍କ ବୁଡ଼ ପକାଇବାକୁ ଜନସ୍ବାର୍ଥ ଦୃଷ୍ଟିରୁ ନିଷେଧ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ନିୟମ ଲାଗୁ କରିବା ସହିତ ନଭେମ୍ବର ୨୦ ଓ ୨୧ରେ ନଦୀକୂଳ ଓ ଘାଟଗୁଡ଼ିକରେ ଛଟ ପୂଜା ପାଳନ ଓ ବହୁ ଲୋକଙ୍କ ବୁଡ଼ ପକାଇବାକୁ ନିଷିଦ୍ଧ କରିଛନ୍ତି।

- Advertisement -

ଜନସାଧାରଣ ଶାରୀରିକ ଦୂରତା ରକ୍ଷା, ମାସ୍କ ପରିଧାନ, ହାତ ଧୋଇବା ପାଇଁ ସାନିଟାଇଜର ବ୍ୟବହାର ଭଳି କୋଭିଡ଼ ନିୟମାବଳୀ ପାଳନ ସହିତ ଜନଗହଳି ଏଡ଼ାଇବା ଏବଂ ଅନ୍ୟାନ୍ୟ କର୍ମକର୍ମାଣି ଘରେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଯେକୌଣସି ପରିସ୍ଥିତିରେ ଯେ କେହି ଉପରୋକ୍ତ ଆଦେଶକୁ ଉଲ୍ଲଘଂନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ଓ ଅନ୍ୟାନ୍ୟ ନିୟମ ଆଧାରରେ ଦଣ୍ଡବିଧାନ କରାଯିବ ବୋଲି ସତର୍କ କରିଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories