www.samajalive.in
Thursday, December 11, 2025
16.1 C
Bhubaneswar

ଅର୍ଥବିଭାଗ ଆପଣାଇଲା କୋହଳନୀତି : ପେନସନଧାରୀଙ୍କ ପାଇଁ ବରଦାନ ସାଜିବ ‘ଅର୍ପଣ’

ଭୁବନେଶ୍ୱର : ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ପେନସନଧାରୀଙ୍କ ପାଇଁ ଅର୍ଥ ବିଭାଗ ପକ୍ଷରୁ କେତେକ କୋହଳ ପଦକ୍ଷେପ ଆପଣାଯାଇଛି। ସେମାନଙ୍କ ପେନସନକୁ ସଂଶୋଧନ କରାଯିବା ସହିତ ସେମାନେ ଏବେ ଅନଲାଇନ ପୋର୍ଟାଲ ଅର୍ପଣ ଜରିଆରେ ଆବେଦନ କରି ସଂଶୋଧିିତ ପେନସନ ପାଇ ପାରିବେ। ଏନେଇ ଅର୍ଥବିଭାଗ ପକ୍ଷରୁ ଏକ ନିର୍ଦେଶାନାମା ପ୍ରକାଶ ପାଇଛି। ସେଥିରେ ବଭାଗୀୟ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଦର୍ଶାଇଛନ୍ତି ଯେ ପେନସନଧାରୀମାନେ ସେମାନଙ୍କ ସଂଶୋଧିତ ପେନସନ ଆବେଦନ କଲାବେଳେ ନିଜର ପେନସନ ସମ୍ବନ୍ଧୀୟ ସମସ୍ତ ପ୍ରମାଣପତ୍ର ସଂଲଗ୍ନ କରିବେ। ସେଥିରେ ଆଧାରକାର୍ଡ ନମ୍ବର ସହିତ ପିପିଓ ଓ ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ରହିବା ଆବଶ୍ୟକ। କୋଭିଡ଼ ମହାମାରୀ ପାଇଁ ବରିଷ୍ଠ ନାଗରିକମାନେ କୌଣସି ଟ୍ରେଜେରି କିମ୍ବା ବ୍ୟାଙ୍କକୁ ଯିବା ଦରକାର ନାହିଁ। ଏହି ଅର୍ପଣ ପୋର୍ଟାଲ ଜରିଆରେ ତାଙ୍କର ଆବେଦନ କରି ପେନସନ ସୁବିଧା ନେବାକୁ ଶ୍ରୀ ମୀନା ଦର୍ଶାଇଛନ୍ତି। ସେ ଏନେଇ ଏକ ଏସଓପି ସବୁ ବ୍ୟାଙ୍କ ଓ ଟ୍ରେଜେରି କର୍ତ୍ତୃପକ୍ଷଙ୍କୁ ଜାରି କରିଛନ୍ତି। ଯେତେବେଳେ ଜଣେ ପେନସନଧାରୀ ସଂଶୋଧିତ ପେନସନ ପାଇଁ ଆବେଦନ କରିବ ସେତେବେଳେ ତା’ର ସବୁ କାଗଜପତ୍ର ଦେବାପରେ ତା’ ନିକଟକୁ ଏକ ବାର୍ତ୍ତା ଯିବ। ଯାହାଫଳରେ ସେ ନିଶ୍ଚିତ ହେବ ଯେ ପେନସନ ଆବେଦନ ଠିକ୍ ଅଛି ଏବଂ ପେନସନ ଠିକ୍ ଭାବେ ମିଳିବ। ତେବେ ଏହି ସମୟରେ ଆବେଦନ କାଗଜପତ୍ର ଡାଉନଲୋଡ କରି ତା’ର ପରବର୍ତ୍ତୀ ପ୍ରକ୍ରିୟା ନିଶ୍ଚିତ କରିବାକୁ ଶ୍ରୀ ମୀନା ନିର୍ଦେଶ ଦେଇଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories