www.samajalive.in
Wednesday, December 10, 2025
23.1 C
Bhubaneswar

ଉତ୍କର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ହେବ ଡିଜିଟାଲ୍‌ ଶିକ୍ଷାଦାନ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉତ୍କର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍‌ ଶିକ୍ଷାଦାନ ସଂପର୍କରେ ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି ।ମହାମାରୀ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ
କ୍ରମେ ରାଜ୍ୟରେ ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି । ସଂପ୍ରତି ହ୍ୱାଟସ୍‌ଆପ୍‌ ପାଧ୍ୟମରେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଦୀକ୍ଷାଆପ୍‌, ପଧୁଆପ୍‌ ଜରିଆରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ, ପାଠ୍ୟ ଭିଡିଓ ଦେଖି ପାରୁଛନ୍ତି । ଦୂରଦର୍ଶନ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଦୈନିକ ୩ ଘଣ୍ଟା ଶିକ୍ଷାଦାନ ଚାଲୁ ରହିଥିବାବେଳେ ଅନ୍ୟ ଶ୍ରେଣୀର ଶିକ୍ଷାଦାନ ପାଇଁ ପ୍ରୟାସ ଜାରି ରହିଛି । ସେହିପରି ପ୍ରଥମରୁ ଅଷ୍ଟପ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ରେଡିଓ-ପାଠଶାଳା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭିନ୍ନକ୍ଷମ ପିଲାଙ୍କ ପାଇଁ କମ୍ୟୁନିଟି ରେଡିଓ ମାଧ୍ୟମ ପରି ରେଡିଓ-ସୁରଭି କାର୍ଯ୍ୟକ୍ରପ କରାଯାଉଛି । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମେତ ସମସ୍ତ ଆଦର୍ଶ ବିଦ୍ୟାଳୟ ଓ ୧୦୧ଟି ଉତ୍କର୍ଷ ବିଦ୍ୟାଳୟରେ ଅନ୍‌ଲାଇନ୍‌ ଶିକ୍ଷାଦାନ ଚାଲୁ ରହିଛି ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ପରାମର୍ଶ କ୍ରମେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏହି ଅନ୍‌ଲାଇନ୍‌ ଶିକ୍ଷାଦାନ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ଟାଟା କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ ତରଫରୁ ଟି.ସି.ଏସ୍‌, ଆଇ ଓ ଏନ୍‌ ଡିଜିଟାଲ୍‌ ଗ୍ଲାସ୍‌ରୁମ୍‌ କାର୍ଯ୍ୟକ୍ରମ ରାଜ୍ୟର ୧୦୧ଟି ଉତ୍କର୍ଷ ବିଦ୍ୟାଳୟ ଓ ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆରମ୍ଭ କରିବାକୁ ସ୍ଥିର କରିଛ। ଏହା ଟାଟା କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ର ସିଏସ୍‌ଆର୍‌ ତରଫରୁ ବିନାମୂଲ୍ୟରେ କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ପାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, କାର୍ଯ୍ୟ-ଫରଦ, ଗୃହପାଠ୍ୟ, ଡିବେଟ୍‌, କୁଇଜ୍‌ ସର୍ବେକ୍ଷଣ ଆଜି ବିଭିନ୍ନ ଶିକ୍ଷଣ କାର୍ଯ୍ୟ କରିପାରିବେ । ଏହି ଶିକ୍ଷଣ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ବିନା ମୂଲ୍ୟରେ ଟିସିଏସ୍‌ ଦ୍ୱାରା ତାଲିମ ଦିଆଯିବ, ଯାହାଦ୍ୱାରା କି ସେମାନେ ବିଭିନ୍ନ ପ୍ରକାରର ଡିଜିଟାଲ୍‌ ଶିକ୍ଷକତା ପ୍ଲାଟ୍‌ଫର୍ମ ଓ ଶିକ୍ଷାବିଜ୍ଞାନ ବିଷୟରେ ଧାରଣା ପାଇପାରିବେ ।ଏହି ତାଲିମ୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ସମୟ ସୁବିଧା ଅନୁସାରେ ଦିନକୁ ୧/୨ ଘଣ୍ଟା ସମୟ ଦେଇ ଶିକ୍ଷା ଶେଷ କରିବେ । ଏହି କ୍ୟାରିଆର୍‌ ଏବେ ତାଲିମ୍ ଦ୍ୱାରା ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଅନ୍‌ଲାଇନ୍‌ ଶିକ୍ଷଣ ସଂପର୍କିତ ବିଭିନ୍ନ କୌଶଳ ଜାଣିପାରିବେ ଓ କ୍ରମାଗତ ନିଜର ଶିକ୍ଷଣ ଦକ୍ଷତାକୁ ବୃଦ୍ଧି କରିବା ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହୋଇପାରିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁପାର ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାପ ଆୟାର, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ପ୍ରପୁଖ ଏହି ଭର୍ଚୁଆଲ୍‌ ବୈଠକରେ ଯୋଗଦେଇଥିଲେ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories