www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତର ଶକ୍ତିଶାଳୀ କାର୍; ସଡ଼କ ଦୁର୍ଘଟଣାରେ ଚାଳକ ଏବଂ ଯାତ୍ରୀଙ୍କ ଜୀବନ ରକ୍ଷା କରେ

ନୂଆଦିଲ୍ଲୀ : ଆଜି ଆମେ ଆପଣଙ୍କୁ ଭାରତର ଏଭଳି କିଛି କାର୍ ବିଷୟରେ ସୂଚନା ଦେବୁ ଯାହା ସଡ଼କ ଦୁର୍ଘଟଣା ସମୟରେ ସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଇଥାଏ  ।ଏହି କାର୍ ଗୁଡ଼ିକ ସଡ଼କ ଦୁର୍ଘଟଣାରୁ ଚାଳକ ଏବଂ ଯାତ୍ରୀମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହି କାର୍ ମଧ୍ୟରେ ରହିଛି, ମହିନ୍ଦ୍ରା ଏକ୍ସୟୁଭି ୩୦୦, ଟାଟା ଆଲଟ୍ରୋଜ, ଟାଟା ନେକ୍ସୋନ୍, ଟାଟା ଟିଆଗୋ/ଟିଗୋର, ମାରୁତି ସୁଜୁକି ବ୍ରେଜା, ମାରୁତି ଏରିଟିଗା, ଫର୍ଡ ଆସ୍‌ପାୟାର, ରେନୋଲ୍ଟ ଡଷ୍ଟର ଏବଂ ମହିନ୍ଦ୍ରା ମାରାଜୋ ଅନ୍ତର୍ଭୁକ୍ତ ।ଗ୍ଲୋବାଲ୍ ଏନସିଏପି ଦ୍ୱାରା କରାଯାଇଥିବା ପରୀକ୍ଷଣ(ଟେଷ୍ଟ)ରେ ଏହି କାରଗୁଡିକ ଉତ୍କୃଷ୍ଟ ରେଟିଂ ମଳିଛି ।

ଗ୍ଲୋବାଲ୍ NCAP ହେଉଛି ଏକ ଅନୁଷ୍ଠାନ, ଯାହା ସୁରକ୍ଷା ଆଧାରରେ କାରଗୁଡିକୁ ମୂଲ୍ୟାୟନ ପ୍ରଦାନ କରିଥାଏ ।ରେଟିଂ ପାଇଁ କାରଗୁଡିକ ବିଭିନ୍ନ ରାଉଣ୍ଡରେ ପରୀକ୍ଷଣ କରାଯାଇଥାଏ, ଯେଉଁଠାରେ ଦେଖାଯାଏ ଯେ, ଯଦି ଏକ ସଡ଼କ ଦୁର୍ଘଟଣା ଘଟେ, ତେବେ ବୟସ୍କ ଏବଂ ଶିଶୁଙ୍କ ଜୀବନ ପାଇଁ କାରଟି କେତେ ସୁରକ୍ଷିତ ରହିଥାଏ ।ତେବେ ସେହି ଅନୁସାରେ କାରକୁ ରେଟିଂ ଦିଆଯାଇଥାଏ ।

- Advertisement -

ତେବେ ଆସନ୍ତୁ ଏହି କାରଗୁଡିକ ଉପରେ ନଜର ପକାଇବା …………..
୧. ଏକ୍ସୟୁଭି ୩୦୦(XUV300)
XUV300 ହେଉଛି ଦେଶର ସବୁଠାରୁ ସୁରକ୍ଷିତ କାର ।ଗ୍ଲୋବାଲ୍ NCAP ଦ୍ୱାରା ଏହାକୁ ୫ଷ୍ଟାର ଦିଆଯାଇଛି ।ବୟସ୍କଙ୍କ ସୁରକ୍ଷା ପାଇଁ ଏହାକୁ ୫ରେଟିଂ ଦିଆଯାଇଛି । ସେହିଭଳି  ଶିଶୁ ସୁରକ୍ଷା ପାଇଁ ଏହାକୁ ୪ ରେଟିଂ ଦିଆଯାଇଛି ।

୨. ଟାଟା ଆଲଟ୍ରୋଜ(Tata Altroz)
ଟାଟା ଆଲଟ୍ରୋଜ ହେଉଛି ଦେଶର ଦ୍ୱିତୀୟ ସୁରକ୍ଷିତ କାର। ଏଥି ସହିତ, ଏହା ହ୍ୟାଚବ୍ୟାକ୍ ସେଗମେଣ୍ଟର ସବୁଠାରୁ ସୁରକ୍ଷିତ କାର ଅଟେ | ଗ୍ଲୋବାଲ୍ NCAP ଦ୍ୱାରା ଏହାକୁ ୫ଷ୍ଟାର ଦିଆଯାଇଛି ।ବୟସ୍କଙ୍କ ସୁରକ୍ଷା ପାଇଁ ଏହାକୁ ୫ଷ୍ଟାର ଦିଆଯାଇଛି । ସେହିଭଳି ଶିଶୁ ସୁରକ୍ଷା ପାଇଁ ଏହାକୁ ୩ଷ୍ଟାର ଦିଆଯାଇଛି ।ବୟସ୍କମାନଙ୍କ ସୁରକ୍ଷା ପାଇଁ ଏହାକୁ ୧୭ରୁ ୧୬.୧୩ ଦିଆଯାଇଥିବାବେଳେ ଶିଶୁମାନଙ୍କ ସୁରକ୍ଷା ପାଇଁ ଏହାକୁ ୪୯ ମାର୍କରୁ ୨୯ ଦିଆଯାଇଛି ।

୩. ଟାଟା ନେକ୍ସନ୍(Tata Nexon)
ଟାଟା ନେକ୍ସନ୍ ହେଉଛି ଦେଶର ତୃତୀୟ ସୁରକ୍ଷିତ କାର । ଗ୍ଲୋବାଲ୍ NCAP ଦ୍ୱାରା ଏହାକୁ ୫ଷ୍ଟାର ଦିଆଯାଇଛି ।
ବୟସ୍କଙ୍କ ସୁରକ୍ଷା ପାଇଁ ଏଥିରେ ୫ ଟି ଷ୍ଟାର ରହିଛି ।ସେହିଭଳି ଶିଶୁ ସୁରକ୍ଷା ପାଇଁ ଏହାକୁ ୩ଷ୍ଟାର ଦିଆଯାଇଛି ।ବୟସ୍କମାନଙ୍କ ସୁରକ୍ଷା ପାଇଁ ଏହାକୁ ୧୭ମଧ୍ୟରୁ ୧୬.୦୬ ଦିଆଯାଇଛି ।ଶିଶୁ ସୁରକ୍ଷା ଦୃଷ୍ଟିରୁ ଏହକୁ ୪୯ରୁ ୨୫ନମ୍ବର ମିଳିଛି ।

୪. ମହିନ୍ଦ୍ରା ମାରାଜୋ(Mahindra Marazzo)

ମହିନ୍ଦ୍ରା ମାରାଜୋ ଦେଶର ଚତୁର୍ଥ ସୁରକ୍ଷିତ କାର ଅଟେ। ଏଥି ସହିତ, ଏହା MPV ବିଭାଗରେ ଦେଶର ସବୁଠାରୁ ସୁରକ୍ଷିତ MPV ଅଟେ । ଏହା ବ୍ୟତୀତ ଏହା ଭାରତରେ ନିର୍ମିତ ପ୍ରଥମ MPV (ମଲ୍ଟି ପର୍ପୋଜ୍ ଭେହିକିଲ୍) ଯାହା ଗ୍ଲୋବାଲ୍ ଏନସିଏପିଠାରୁ ୪ଷ୍ଟାର ପାଇଛି ।ବୟସ୍କମାନଙ୍କ ସୁରକ୍ଷା ପାଇଁ ଏହାକୁ ୪ଷ୍ଟାର ଦିଆଯାଇଛି । ସେହିଭଳି ଶିଶୁ ସୁରକ୍ଷା ପାଇଁ ଏହାକୁ ୨ଷ୍ଟାର ଦିଆଯାଇଥିବା ଜଣାବପଡିଛି । ବୟସ୍କମାନଙ୍କ ସୁରକ୍ଷା ପାଇଁ ଏହାକୁ ୧୭ରୁ ୧୨.୮୫ ନମ୍ବର ଦିଆଯାଇଥିବାବେଳେ ଶିଶୁ ସୁରକ୍ଷା ପାଇଁ ଏହାକୁ ୪୯ ମଧ୍ୟରୁ ୨୨.୨୨ନମ୍ବର ଦିଆଯାଇଛି ।

5. ଭୋଲ୍ସୱେଗେନ ପୋଲୋ(Volkswagen Polo)

ଗ୍ଲୋବାଲ ଏନସିଏପି ରେଟିଂ ଅନୁଯାୟୀ ଭୋଲ୍ସୱେଗେନ ପୋଲୋ ଦେଶର ପଞ୍ଚମ ସୁରକ୍ଷିତ କାର ଅଟେ। ଗ୍ଲୋବାଲ୍ NCAP ଦ୍ୱାରା ଏହାକୁ ୪ଷ୍ଟାର ପ୍ରଦାନ କରାଯାଇଛି । ବୟସ୍କମାନଙ୍କ ସୁରକ୍ଷା ପାଇଁ ଏହାକୁ ୪ଷ୍ଟାର ଦିଆଯାଇଥିବାବେଳେ ଶିଶୁମାନଙ୍କ ସୁରକ୍ଷା ପାଇଁ ଏହାକୁ ୩ଷ୍ଟାର ଦିଆଯାଇଛି । ସେହିଭଳି ବୟସ୍କମାନଙ୍କ ସୁରକ୍ଷା ପାଇଁ ଏହାକୁ ୧୭ନମ୍ବରରୁ ୧୨.୫୪ନମ୍ବର ଦିଆଯାଇଛି ଓ
ଶିଶୁମାନଙ୍କ ସୁରକ୍ଷା ପାଇଁ ଏହାକୁ ୪୯ରୁ ୨୯.୯୧ ନମ୍ବର ଦିଆଯାଇଛି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories