କଟକ : କମିଶନରେଟ ପୁଲିସକୁ ଶୁକ୍ରବାର ଏକ ବଡ଼ ସଫଳତା ମିଳିଛି । କୁଖ୍ୟାତ ଅପରାଧୀ ମୁନା ଲାଡେନ ଓରଫ ସୟଦ ଅବଦୁଲ ମୁତାକିଦକୁ ଆଜି ପୁଲିସ ଗିରଫ କରିଛି । ତା’ଠାରୁ ଏକ ପିସ୍ତଲ ଓ ୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ବିଲଡର ଓ ଜମିଜମା କାରବାର କରୁଥିବା ଲୋକଙ୍କଠାରୁ ଦାବାବଟି ଆଦାୟ ଅଭିଯୋଗରେ ତାକୁ ଗିରଫ କରାଯାଇଛି।
କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ଡାହାଣ ହାତ ଭାବେ କଟକରେ ମୁନା ଲାଡେନ ତା’ର ଅପରାଧ ସାମ୍ରାଜ୍ୟକୁ ପରିଚାଳନା କରୁଥିଲା। ମୁନା ନାମରେ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ଅଭିଯୋଗ ଓ ମାମଲା ରହିଛି।



