www.samajalive.in
Wednesday, December 10, 2025
26.1 C
Bhubaneswar

୮ ମାସର କ୍ଷତି ୮ ଦିନରେ ଭରଣା: ୪୩୪୪୩ରେ ବନ୍ଦ ହେଲା ସେନସେକ୍ସ, ନିଫ୍ଟି ୧୨୭୧୯

କରୋନା ଭୂତାଣୁ ଭାରତୀୟ ତଥା ବିଶ୍ବ ବଜାରକୁ ସଂକ୍ରମଣ କରିବା ପୂର୍ବରୁ ଗତ ଜାନୁଆରୀରେ ଶୀର୍ଷତମ ୪୧୩୦୬.୦୨ ରେ ବନ୍ଦ ହୋଇଥିଲା ସେନସେକ୍ସ । କରୋନା ସଂକ୍ରମଣ ଯୋଗୁଁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପୁରା କବଳିତ କରିଥିଲା ଓ  ପ୍ରାୟ ୧୦ ହଜାର ପଏଣ୍ଟ ହ୍ରାସ ପାଇଥିଲା । ନିବେଶକମାନଙ୍କ ମୁଣ୍ଡରେ ପଡ଼ିଥିଲା ଚଡ଼କ । ଲକ୍ଷଲକ୍ଷ କୋଟି ଟଙ୍କା ସେମାନେ କ୍ଷତିଗ୍ରସ୍ତ ହୋଇଥିଲେ । ମାତ୍ର ଦୀପାବଳି ପୂର୍ବରୁ ଗତ ସପ୍ତାହେ ଧରି ବଜାରରେ ଦେଖା ଦେଇଥିବା ଉତ୍ସାହ ନିବେଶକମାନଙ୍କୁ ପୁଣିଥରେ ମାଲାମାଲ କରିଛି । ଗତ ୮ ମାସରେ ସେମାନେ ସହିଥିବା କ୍ଷତି ୮ ଦିନରେ ଭରଣା ହୋଇ ଯାଇଛି । ଦୁଇଦିନ ତଳେ ସେନସେକ୍ସ ୪୩୦୦୦ ପଏଣ୍ଟ ଉପରକୁ ଉଠି ସର୍ବକାଳୀନ ରେକର୍ଡ଼ କରିଛି ଏବଂ ଶୁକ୍ରବାର ବଜାର ୦.୨୦% ବୃଦ୍ଧି ପାଇ ୪୩୪୪୩ରେ ବନ୍ଦ ହୋଇଛି । ସେହିପରି ଏନଏସଇ (ନେସନାଲ ଷ୍ଟକ ଏକ୍ସଚେଞ୍ଜ) ନିଫ୍ଟି ୦.୨୩% ବୃଦ୍ଧି ପାଇ ୧୨୭୧୯.୧୫ରେ ବନ୍ଦ ହୋଇଛି ।

ଫଳରେ ୨୦୨୦ ମସିହାରେ ନିବେଶକମାନେ ସହିଥିବା କ୍ଷତି ଭରଣା ହୋଇ ଯାଇଛି । ତେବେ ବଜାର ବିଶେଷଜ୍ଞମାନେ ଏଥିରେ ଉତ୍ସାହିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ଦିନରେ ବଜାରରେ ଅସ୍ଥିରତା ଜାରି ରହିବ, ତେଣୁ ନିବେଶକମାନେ ସତର୍କ ରହିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି ।

- Advertisement -

ବଜାରରେ ଉତ୍ସାହ ସତ୍ବେ କିଛି ବଡ଼ ଷ୍ଟକର ବଜାର ପରିଣାମ ନକରାତ୍ମକ ରହିଛି ।  ଆଇଚର୍ ମୋଟର୍ସ, ବଜାଜ୍ ଫିନସର୍ଭ, କୋଲ ଇଣ୍ଡିଆ, ଟଟା ଷ୍ଟିଲ, ଡ଼ିଭିସ ଲ୍ୟାବ୍ସ ସବୁ ସକାରାତ୍ମକ ଅର୍ଥାତ (+) ପ୍ରଦର୍ଶନ କରିଥିବାବେଳେ ଟାଟା ମୋଟର୍ସ, ଏଚଡ଼ିଏଫସି ବ୍ୟାଙ୍କ, ଏଲ ଏଣ୍ଡ ଟି ଓ ୟୁପିଏଲ ସେୟାରଗୁଡ଼ିକ ପରିଣାକ ବିଯୁକ୍ତାତ୍ମକ (-) ରହିଛି ।

 ଅନ୍ୟପକ୍ଷରେ ମିଡ଼ିଆ, ଏଫଏମସିଜି କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ର ଭଲ ପ୍ରଦର୍ଶନ କରିଛି । ସରକାରୀ ବ୍ୟାଙ୍କ, ଫାର୍ମା, ଆଇଟି, ଫାଇନାନ୍ସ ସର୍ଭିସେସ୍, ରିଅଲିଟି, ଧାତୁ ଶିଳ୍ପ ଏବଂ ମୋଟରଯାନ କ୍ଷେତ୍ର ଭଲ ରହିଛି ।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories