www.samajalive.in
Wednesday, December 10, 2025
18.1 C
Bhubaneswar

ବିହାର : କାମେଶ୍ୱର ଚୌପାଲ ହେବେ ଉପମୁଖ୍ୟମନ୍ତ୍ରୀ !

ପାଟନା : ବିହାରରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସରକାର ଗଠନ ନେଇ ଶୁକ୍ରବାର ଏନଡିଏ ନେତାମାନଙ୍କ ସାକ୍ଷାତ ଆଲୋଚନା ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାରଙ୍କ ନାମକୁ ନେଇ ପ୍ରାୟତଃ ଚୁଡାନ୍ତ ନିଷ୍ପତ୍ତି ହୋଇଛି। ଏଥି ସହିତ, ବିଭିନ୍ନ ସୂତ୍ର ଏବଂ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୯୮୯ରେ ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ପ୍ରଥମ ଇଟା ରଖିଥିବା କାମେଶ୍ୱର  ଚୌପାଲଙ୍କୁ ବିହାରର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ନିଜ ବିଷୟରେ ଚାଲିଥିବା କଳ୍ପନାଜଳ୍ପନା ଉପରେ ଚୌପାଲ କହିଛନ୍ତି ଯେ ମୁଁ ଦଳର ଜଣେ କର୍ମୀ, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ମୁଁ ସ୍ବୀକାର କରେ।

କାମେଶ୍ୱର ଚୌପାଲ କିଏ ?
କାମେଶ୍ୱର ଚୌପାଲ ଦଳିତ ସମ୍ପ୍ରଦାୟର ଅଟନ୍ତି। ୧୯୮୯ ରାମ ମନ୍ଦିର ଆନ୍ଦୋଳନ ସମୟରେ  ହୋଇଥିବା ସିଳାନ୍ୟାସରେ କାମେଶ୍ୱର ହିଁ ରାମ ମନ୍ଦିରର ପ୍ରଥମ ଇଟା ରଖିଥିଲେ। ଆରଏସଏସ ତାଙ୍କୁ ପ୍ରଥମ କରସେବକର ମାନ୍ୟତା ଦେଇଛି। ସେ ୧୯୯୧ ରେ ରାମ ବିଳାଶ ପାଶୱାନଙ୍କ ବିରୋଧରେ ନିର୍ବାଚନରେ ​​ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

- Advertisement -

ରାମଙ୍କୁ ନିଜର ସମ୍ପର୍କୀୟ ଭାବନ୍ତି

ବିହାରର ସୁପୌଲ ଜିଲ୍ଲାରେ ସେ ରୁହନ୍ତି କାମେଶ୍ବର ,ଯାହା ମିଥିଳାରେ ପଡେ। ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାମେଶ୍ୱର ଚୌପାଲ କହିଥିଲେ ଯେ ଯେତେବେଳେ ଆମେ ବଡ଼ ହେଉଥିଲୁ, ଆମେ ରାମଙ୍କୁ ଆମର ସମ୍ପର୍କୀୟ ବୋଲି ଭାବୁଥିଲୁ। ତାଙ୍କ କହିବା ଅନୁସାରେ, ମିଥିଳା ​​ଅଞ୍ଚଳରେ ବିବାହ ସମୟରେ ବର ଓ ବଧୂକୁ ରାମ-ସୀତାର ପ୍ରତୀକ ରୂପେ ଦେଖିବାର ପ୍ରଥା ରହିଛି। ଏହାର କାରଣ ହେଉଛି ମିଥିଳାଙ୍କୁ ସୀତାଙ୍କ ଘର କୁହାଯାଏ।

ମଧୁବନୀର ପ୍ରଚାରକଥିଲେ

କାମେଶ୍ୱର ମଧୁବନୀ ଜିଲ୍ଲାରୁ ଶିକ୍ଷାଲାଭ କରିଥିଲେ। ସେଠାରୁ ସେ ସଙ୍ଘ ସଂପର୍କରେ ଆସିଥିଲେ। ତାଙ୍କର ଜଣେ ଶିକ୍ଷକ ସଂଘର କର୍ମକର୍ତ୍ତା ଥିଲେ। ସଙ୍ଗ ସହ ଜଡିତ ସେହି ଶିକ୍ଷକଙ୍କ ସହାୟତାରେ କାମେଶ୍ୱର କଲେଜରେ ନାମ ଲେଖାଇ ପାରିଥିଲେ। ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ସେ ସଙ୍ଘ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇଥିଲେ। ଏହା ପରେ ତାଙ୍କୁ ମଧୁବନୀ ଜିଲ୍ଲାର ଜିଲ୍ଲା ପ୍ରଚାରକ କରାଯାଇଥିଲା।

୧୯୮୯ରେ ବିଶ୍ବ ହିନ୍ଦୁ ପରିଷଦ କରିଥିଲା ଶିଳାନ୍ୟାସ
୧୯୮୯ ନଭେମ୍ବରରେ, ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ସେହି ସମୟରେ ଅଯୋଧ୍ୟାରେ କାମେଶ୍ୱର ଚୌପାଲ ଉପସ୍ଥିତ ଥିଲେ । ସେ ଏକ ତମ୍ବୁରେ ରହିଥିଲେ। ଭିଏଚପିର ତତ୍କାଳୀନ ମୁଖ୍ୟ ଅଶୋକ ସିଙ୍ଗଲଙ୍କ ଜଣେ ନିକଟତମ ବ୍ୟକ୍ତି ତାଙ୍କ କୋଠରୀକୁ ଆସି ତାଙ୍କୁ କହିଥିଲେ ଯେ ଆପଣ ଶିଳାନ୍ୟାସ ପାଇଁ ମନୋନୀତ ହୋଇଛନ୍ତି। ଏହା ପରେ ଚୌପଲ ହିଁ ରାମ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିଥିଲେ।

ରାଜନୈତିକ ଜୀବନ
ଲୋକ ଜନତା ପାର୍ଟି ନେତା ସ୍ୱର୍ଗତ ରାମ ବିଳାଶ ପାଶୱାନଙ୍କ ବିରୋଧରେ ୧୯୯୧ରେ କାମେଶ୍ୱର ଚୌପାଲ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ପରାସ୍ତ ହୋଇଥିଲେ। ୨୦୦୨ରେ, ସେ ବିହାର ବିଧାନ ପରିଷଦର ସଦସ୍ୟ ହୋଇଥିଲେ ।  ୨୦୧୪ରେ ବିଜେପି ତାଙ୍କୁ ପପୁ ଯାଦବଙ୍କ ପତ୍ନୀ ରଣଜିତା ରଂଜନଙ୍କ ବିରୋଧରେ ଠିଆ କରିଥିଲା, କିନ୍ତୁ ସେ ସେଥିରେ ମଧ୍ୟ ସଫଳ ହୋଇ ପାରିନଥିଲେ।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories