www.samajalive.in
Saturday, December 6, 2025
26.1 C
Bhubaneswar

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଦେବା ମାମଲା ; ପୂର୍ବତନ ସେନା କର୍ମଚାରୀଙ୍କ ସମେତ ୨ଙ୍କୁ ଆଜୀବନ ଜେଲ

କେନ୍ଦ୍ରାପଡ଼ା : ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ବଳି ଦେବା ମାମଲାର ବିଚାର କରି କେନ୍ଦ୍ରାପଡ଼ା ଜିଲା ଓ ଦୌରାଜଜ ଅଭିଯୁକ୍ତ ଦ୍ୱୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବତନ ସେନା କର୍ମଚାରୀ ଚୌଧୁରୀ ଅବିନାଶ ଦାସ ଓରଫ ମୁନା ଏବଂ ଅନ୍ୟ ଜଣେ ବୈକୁଣ୍ଠ ଦାସ ଓରଫ ବୈରାଗୀ। ଅଭିଯୁକ୍ତଦ୍ୱୟ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗୋଖାପଡ଼ା ଗ୍ରାମର। ଅଭିଯୁକ୍ତ ଦ୍ୱୟ ଗ୍ରାମର ପ୍ରତାପ ନାୟକ ଓ ପୁର୍ଣ୍ଣିମା ନାୟକଙ୍କ ୮ ବର୍ଷର ଶିଶୁ ପୁତ୍ର ରାଜାକୁ ବଳି ଦେଇଥିଲେ। ଘଟଣାଟି ଘଟିଥିଲା ୨୦୧୫ ମସିହା ଏପ୍ରିଲ ୧୩ ତାରିଖରେ।

ମାମଲାର ବିବରଣୀରୁ ପ୍ରକାଶ ଗୋଖାପଡ଼ା ଗ୍ରାମର ପ୍ରତାପ ନାୟକ ଓ ପୂର୍ଣ୍ଣିମା ନାୟକଙ୍କ ୨ ଝିଅ ଓ ଗୋଟିଏ ପୁଅ। ପ୍ରତାପ ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଥିଲ। ତେଣୁ ପୂର୍ଣ୍ଣିମା ଦୁଇ ଝିଅ ଓ ପୁଅକୁ ନେଇ ଚଳୁଥିଲେ। ୨୦୧୫ ମସିହା ଏପ୍ରିଲ ୧୩ ତାରିଖରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ଗ୍ରାମରେ ଥିବା ହନୁମାନଜୀଉଙ୍କ ପୀଠରେ ହୋମ ଯଜ୍ଞ ଚାଲିଥିଲା। ଏହାକୁ ଦେଖିବା ପାଇଁ ପ୍ରତାପଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ପୁଅ ରାଜା ସାଙ୍ଗ ମାନଙ୍କ ସହ ସେଠାକୁ ଯାଇଥିଲା। ହେଲେ ରାତିରେ ଘରକୁ ଫେରି ନ ଥିଲା। ଏନେଇ ପୂର୍ଣ୍ଣିମା ବିଭିନ୍ନ ସ୍ଥାନ ଖୋଜିଥିଲେ। ଯଜ୍ଞ ପାଖକୁ ଯାଇଥିଲେ। ହେଲେ ସେଠାରେ ପାଇ ନ ଥିଲେ। ବିଭିନ୍ନ ସ୍ଥାନ ଖୋଜିଥିଲେ। ତଥାପି ପୁଅର ସନ୍ଧାନ ମିଳି ନ ଥିଲା।

- Advertisement -

ପରଦିନ ସନ୍ଧ୍ୟାରେ ଲୋକେ ଖବର ଦେଲେ ପୁଅର ମୃତଦେହ ଗ୍ରାମ ଦେଇ ଯାଇଥିବା ଲୁଣା ନଦୀରେ ଭାସୁଛି। ପୁଅର ମୃତଦେହ ଉଦ୍ଧାର କରିବା ପରେ ଜାଣିବାକୁ ପାଇଥିଲେ ଯେ ପୁଅର ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଛି। ଖବର ପାଇ ମାର୍ଶାଘାଇ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ତଦନ୍ତ ପରେ ଜଣାପଡିଥିଲା ଯେ ବଳି ଉଦେଶ୍ୟରେ କେହି ତାଙ୍କ ପୁଅକୁ ତଣ୍ଟି କାଟି ହତ୍ୟା କରିଛି। ଏ ନେଇ ପୂର୍ଣ୍ଣିମା ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ। ମାର୍ଶାଘାଇ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ  ହନୁମାନ ସାଧନା କରିବା ପାଇଁ ପୂର୍ବତନ ସେନା କର୍ମଚାରୀ ଚୌଧୁରୀ ଅବିନାଶ ଦାସ ଓ ବୈକୁଣ୍ଠ ଦାସ ପ୍ରତାପଙ୍କ ପୁଅ ରାଜାକୁ ବଳି ଦେଇଛନ୍ତି।

ଉଭୟଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ ୧୪ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ବାସୁଦେବ ପଣ୍ଡା ଅଭିଯୁକ୍ତଦ୍ୱୟଙ୍କୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତ ଦ୍ୱୟଙ୍କୁ ୫ ବର୍ଷ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ବିଚାରପତି ତାଙ୍କ ରାୟର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ମାନସ ରଞ୍ଜନ ବେହେରା (ପବ୍ଲିକ ପ୍ରସିକ୍ୟୁଟର)। ସେହିପରି ଷ୍ଟେଟ୍ ଡିଫେନ୍ସ କାଉନ୍ସିଲ ତରଫରୁ ଆଇନଜୀବୀ ବିଚିତ୍ର କୁମାର ସାହୁ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢୁଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories