www.samajalive.in
Wednesday, December 10, 2025
15.1 C
Bhubaneswar

ଅପରାଧୀ ଧରପଗଡ଼ ଅଭିଯାନ: ୭ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲାରେ ଅପରାଧିକ କାର୍ଯ୍ୟକଳାପ କିଛି ଦିନ ହେଲା ବଢ଼ିଥିବାରୁ ସେହି ଅନୁସାରେ ପୁଲିସର ମୁଣ୍ଡବ୍ୟଥା ମଧ୍ୟ ବଢ଼ିଛି। ତେଣୁ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ ଗଲା ୯ ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ପୁଲିସ ସୂଚନାନୁଯାୟୀ, ୧୦ ଓ ୧୧ ତାରିଖ ରାତିରେ ଚଢ଼ଉ ସମୟରେ ୭ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସଂପୃକ୍ତି ଆଧାରରେ ଗିରଫ କରାଯାଇଛି। ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଭୟଭୀତ କରି ଟଙ୍କା ଦାବି କରି ୩ ଜଣ, ବେଆଇନ ନିଶା କାରବାର କରି ୩ ଜଣ ଓ ସଟ୍ଟା କାରବାରରେ ସଂପୃକ୍ତ ଜଣକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି। ଚଢ଼ଉ ଅଭିଯାନ ସମୟରେ ସଟ୍ଟା, ଜୁଆ ଓ ନିଶା କାରବାରରେ ସଂପୃକ୍ତ ୯ ଜଣଙ୍କୁ ପୁଲିସ ଗିରଫ କରିଛି। ଦାଦାବଟି ମାଗିବା ଅଭିଯୋଗରେ ଆମ୍ବେଦକର ନଗରର ଅକ୍ଷୟ କୁମାର ତନ୍ତୀ (୨୯), ସାହୁ କଲୋନୀର ବିନୋଦ ସ୍ୱାଇଁ (୨୫) ଓ କରମଟୁଲିର ସଞ୍ଜୟ ଖଡ଼ିଆ (୨୫)କୁ ଗିରଫ କରାଯାଇଛି। ଏହି ଘଟଣାରେ ଟାଉନ ଥାନାରେ ୪୨୫/୨୦୨୦ ଓ ୪୨୬/୨୦୨୦ ନମ୍ବର ମାମଲା ଏବଂ ଅଇଁଠାପାଲି ଥାନାରେ ୫୮୧/୨୦୨୦ ନମ୍ବର ମାମଲା ରୁଜୁ ହୋଇଛି।

ନିଶା କାରବାର ଅଭିଯୋଗରେ ମାନେଶ୍ବର ହାଟପଡ଼ାର ଜଗବନ୍ଧୁ ନାଗ (୨୪) ଓ ଶିଶିର ବେହେରା (୨୧) ଏବଂ ମୋତିଝରନର ସର୍ଫରାଜ ଅହମଦ (୨୪)କୁ ଗିରଫ କରାଯାଇଛି। ସେମାନଙ୍କ ନାମରେ ୨୪୯/୨୦୨୦ ଓ ୪୫୪/୨୦୨୦ ନମ୍ବର ମାମଲା ରୁଜୁ କରାଯାଇଛି। ଚେରୁଆପଡ଼ାର ଏକଲବ୍ୟ ରଣା (୨୭)କୁ ସଟ୍ଟା କାରବାର ଅଭିଯୋଗରେ ଗିରଫ କରାଯାଇ ତା ନାମରେ ୨୮୨/୨୦୨୦ ନମ୍ବର ମାମଲା ରୁଜୁ କରାଯାଇଛି। ବୁଧବାର ଗିରଫ ହୋଇଥିବା ୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସଡିପିଓ ତପନ କୁମାର ମହାନ୍ତି କହିଛନ୍ତି। ପୁଲିସ ସକ୍ରିୟତା ବୃଦ୍ଧି ପାଇଥିବା ସତ୍ୱେ ଜିଲାରେ ହତ୍ୟା, ଲୁଟ, ଛୁରାମାଡ଼ ଓ ନିଶା କାରବାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories