www.samajalive.in
Thursday, December 11, 2025
18.1 C
Bhubaneswar

ରାସ୍ତା ଅଭାବରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୩ କିମି ଖଟିଆରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

କାଶୀପୁର: ଗାଁକୁ ପକ୍କା ରାସ୍ତା ନଥିବାରୁ ଗଛରେ ପଡି ଗୁରୁତର ଆହତ ହୋଇଥିବା ରୋଗୀଙ୍କୁ ପ୍ରାୟ ଦୀର୍ଘ ୩ କିଲୋମିଟର ଖଟିଆ ସାହାଯ୍ୟରେ ବୁହାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ଅନ୍ତର୍ଗତ ଡାଳଗୁମ୍ମା ଗ୍ରାମରେ। ଡାଳଗୁମ୍ମା ଗ୍ରାମର ଯାଇ ମାଝିଙ୍କ ପୁଅ ମେଲୁ ମାଝି (୪୦) ଆଜି ସକାଳେ ପ୍ରାୟ ୯ଟାରେ ନିଜ ଘର ପରିସର ମଧ୍ୟରେ ଥିବା ଏକ ତେନ୍ତୁଳି ଗଛରୁ ତେନ୍ତୁଳି ସଂଗ୍ରହ ନିମନ୍ତେ ଗଛ ଉପରେ ଚଢିଥିଲା। ତେନ୍ତୁଳି ସଂଗ୍ରହ ସମୟରେ ସେ କୌଣସି କାରଣରୁ ଗଛ ଉପରୁ ତଳକୁ ଖସି ପଡିଥିଲା। ଫଳରେ ତାଙ୍କର ବାମ ବାମ ଗୋଡ ଭାଙ୍ଗିଯାଇଥିବା ବେଳେ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିଲା। ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ସାହାର୍ୟ୍ୟରେ ଚିକିତ୍ସା ପାଇଁ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ୧୦୮ ଆମ୍ବୁଲାନ୍‌ସକୁ ଯୋଗାଯାଗ କରାଯାଇଥିଲା।

ଖବର ପାଇ କାଶୀପୁରରେ ଥିବା ୧୦୮ ଆମ୍ବୁଲାନ୍ସ ୪୦ କିଲୋମିଟର ଦୂର ଡାଳଗୁମ୍ମା ଅଭିମୁଖେ ବାହାରିଥିଲା। ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସଟି ଗ୍ରାମଠାରୁ ପ୍ରାୟ ୩ କିମି ପୂର୍ବରୁ ଅଟକି ଯାଇଥିଲା। ପକ୍କା ରାସ୍ତା ନ ଥିବାରୁ ୧୦୮ ଆମ୍ବୁଲାନ୍ସ ନଦୀ, ନାଳ, ପାହାଡ ଦେଇ ଉକ୍ତ ଗ୍ରାମରେ ପହଞ୍ଚି ପାରି ନ ଥିଲା। ଆମ୍ବୁଲାନ୍ସ ଫାର୍ମାସିଷ୍ଟ ନଳିନୀ କାନ୍ତ ବିଡିକା, ଡ୍ରାଇଭର ମଧୁସୂଦନ ତୁରୁକ, ହେଲ୍ପର ଭୁବନି ନାଏକ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ଗୁରୁତର ଥିବା ମେଲୁ ମାଝିଙ୍କୁ ପରିବାର ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ଏକ ଖଟିଆ ଯୋଗେ ଭାରକରି ୩ କିମି ନଦୀ, ନାଳ ଓ ପାହାଡିଆ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥାମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories