www.samajalive.in
Saturday, December 6, 2025
16.1 C
Bhubaneswar

ଭଙ୍ଗା କୁଡ଼ିଆରେ ବେସାହାରା ମମତା

ବାସୁଦେବପୁର: ବାପା ନାହିଁ କି ମା’ ନାହିଁ। ଭାଇ ନାହିଁ କି’ ଭଉଣୀ ବି ନାହିଁ। ଭଙ୍ଗା କୁଡ଼ିଆରେ ଏକା ଏକା ବେସାହାରା ମମତା। ଦାରିଦ୍ରତା ଭିତରେ ସେ ଉଚ୍ଚ ଶିକ୍ଷିତା। ତଥାପି ନିଜର ପେଟ ଚାଖଣ୍ଡକ ପୂରାଇ ପାରୁନି। ସାହିପଡ଼ୋଶୀଙ୍କ ହାତଟେକା ସହାୟତାରେ ଜୀବନ ଜୀଇଁଛି। ଦୁଃଖ କଷ୍ଟକୁ ଜାବୁଡ଼ିଧରି ଜୀବନକୁ ବଞ୍ଚାଇଦେଇଛି ସତ, ହେଲେ ଏବେ ଭବିଷ୍ୟତ ଚିନ୍ତାକୁ ନେଇ ଆଖିରୁ ଲୁହ ଗଡ଼ାଇ ଚାଲିଛି। ସୁଦର୍ଶନପୁର ପଞ୍ଚାୟତ ମହାଳିକ ସାହିର ଏମିତି ଏକ ଅସହାୟ ଦୁଃଖୀନୀର କରୁଣ ଚିତ୍ର ସାମ୍ନାକୁ ଆସିଛି।
ମହେଶ୍ୱର ଓ ମଇନା ମହାଳିକଙ୍କ ଝିଅ ମମତା। ଗରିବ ପରିବାରର ମମତା ଜନ୍ମ। ବାପା ମହେଶ୍ୱର ପରର ମୂଲ ଲାଗିଲେ ପରିବାର ଚଳୁଥିଲା। ଜମିଜମା ନଥିବାରୁ ସ୍ୱଳ୍ପ ରୋଜଗାରକୁ ନେଇ ବହୁ କଷ୍ଟରେ ପରିବାର ଚଳାଉଥିଲେ ମହେଶ୍ୱର। ୨୦୧୧ରେ ଗଛ ପଡ଼ିଜିବାରୁ ମହେଶ୍ୱର ମୃତ୍ୟୁ ହୋଇଥିଲା। ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀ ମଇନା ଓ ଝିଅ ମମତାର ଦୁଃଖ ଦିଗୁଣା ହୋଇଥିଲା। ପରିବାର ଚଳିବା ଓ ଝିଅକୁ ପାଠପଢ଼ାଇବା ମଇନାଙ୍କ ପାଇଁ କଷ୍ଟକର ହୋଇଥିଲା। ତଥାପି ପରଘରେ ପାଇଟି କରି ପରିବାର ଚଳାଇବା ସହ ମମତାକୁ ପାଠ ପଢ଼ାଉଥିଲେ ମଇନା। ସ୍ୱାମୀ ମୃତ୍ୟୁର ଦୁଃଖ ଓ ଅଭାବି ପରିବାରର ଚିନ୍ତାକୁ ନେଇ ଶଯ୍ୟାସାୟୀ ହୋଇଥିଲେ ମଇନା। ରୋଗ ଶଯ୍ୟାରେ ପଡ଼ିବା ପରେ ୨୦୧୬ରେ ମଇନା ଝିଅ ମମତାର ହାତଛାଡି ଆରପାରିକୁ ଚାଲିଗଲା। ମା’ର ପଣତକାନିକୁ ଭରଷାକରି ବାଟ ଚାଲୁଥିବା ମମତା ପୁଣି ଏକା ହୋଇଗଲା। ଆଗକୁ କେହି ନାହିଁ କି ପଛକୁ କେହି ନାହିଁ। ନୂଆଁଣିଆ ଚାଳ ଛପର ଘରେ ବାପା ମା’ଙ୍କ ଅନୁପସ୍ଥିତିକୁ ସବୁବେଳେ ଅନୁଭବ କଲା। କେମିତି ଚଳିବ, କେମିତି ରହିବ ଚିନ୍ତାରେ ନିଜର ଶରୀରକୁ କ୍ଷିଣକରି ଚାଲିଲା। ମମତାର ଅସହାୟତା ସମୟରେ ସାହିପଡ଼ୋଶୀ ସାହସ ଦେବା ସହ ସହାୟତାର ହାତ ବଢ଼ଇଥିଲେ। ନିଜେ ଛାତିକୁ ପଥର କରି ଆଗକୁ ବଢ଼ିବାକୁ ମମତା ପଣକରି ଆଗେଇ ଯାଇଥିଲା। କଲେଜରୁ ମିଳୁଥିବା ଷ୍ଟାଇପେଣ୍ଟ ଟଙ୍କା ଓ ଗାଁର ଛୋଟଛୋଟ ପିଲାଙ୍କୁ ଟ୍ୟୁସନ କରି ନିଜେ ପାଠପଢ଼ିଲା। ଚଳିତ ବର୍ଷ ବିଏ ପାସ୍‌ କରିଛି ମମତା। ହେଲେ ଅଭାବ ଅନଟନ ଆହୁରି ଚିନ୍ତାଗ୍ରସ୍ତ କରିଛି। ସରକାରଙ୍କ ପକ୍ଷରୁ ମିଳୁଛି କେବଳ ୫ କେଜି ଚାଉଳ। ଏତକକୁ ନେଇ ନିଜେ ମାସଯାକ ଚଳିବା କଷ୍ଟକର ହୋଇପଡ଼ୁଥିବା କହିଛନ୍ତି। ମୁଣ୍ଡ ଗୁଞ୍ଜିଥିବା ବଖରାଏ ଚାଳଛପର ଘରର ଅବସ୍ଥା ବି ସଙ୍ଗୀନ ହେଲାଣି। ବର୍ଷା ହେଲେ ଝରଝର ହୋଇ ପାଣି ପଡ଼ୁଛି। ଘର ବଖରାଏ ବି ନାହିଁ। ମମତାର ବୟସ ଏବେ ୨୦/୨୨ ମଧ୍ୟରେ ହେବ। ନିଜର ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ପଡ଼ିଛି। ଦାରିଦ୍ର ଓ ବେସାହାରା ଭିତରେ ଜୀବନକୁ ଜିଇଁଥିବା ମମତା କେଉଁଠି ଥଇଥାନ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ମମତାର ସମସ୍ୟାକୁ ନେଇ ବିଡିଓ ପ୍ରଣବ କୁମାର ବେହେରା କହିଛନ୍ତି; ଝିଅଟି କିପରି ସ୍ୱାବଲମ୍ବୀ ହୋଇ ଚଳିପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ତା’ଛଡା ତାଙ୍କର ନାମ ଯଦି ତାଲିକାରେ ରହିଥିବ ଆବାସ ଘର ଯୋଗାଇଦେବାର ବ୍ୟବସ୍ଥା କରିବୁ। ଯଦି ତାଙ୍କ ନାମ ନଥିବା ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇବୁ ବୋଲି କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories