www.samajalive.in
Monday, December 8, 2025
13.1 C
Bhubaneswar

ତିର୍ତ୍ତୋଲ ଉପନିର୍ବାଚନ: ବିଜେଡ଼ିର ବାଜିମାତ୍, ବିଜୟୀ ହେଲେ ବିଜୟ

ଭୁବନେଶ୍ବର: ତିର୍ତ୍ତୋଲ ଉପ-ନିର୍ବାଚନରେ ପୁଣି ଥରେ ବାଜିମାତ୍ କରିଛି ବିଜେଡି। ବିଜେପି, କଂଗ୍ରେସ ଓ ସିପିଆଇ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇ ତିର୍ତ୍ତୋଲ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜୟ ଶଙ୍କର ଦାସ। ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ରେକର୍ଡ ସଂଖ୍ୟକ ୪୦,୬୯୭ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି ଏବଂ ଜଗତସିଂହପୁରର ତିର୍ତ୍ତୋଲ ଗଡ଼କୁ ଅତୁଟ ରଖିଛନ୍ତି। ତିର୍ତ୍ତୋଲ୍ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୮୬,୭୯୭ଟି ଭୋଟ ପାଇଥିବାବେଳେ ତାଙ୍କର ନିକଟ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୪୬,୧୦୦ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ୨୮,୩୫୭ ଭୋଟ ପାଇଛନ୍ତି। ଏଠାକାର ଭୋଟର ନୋଟାରେ ୭୮୩ ଭୋଟ ଦେଇଛନ୍ତି। ଆଜି ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ତିର୍ତ୍ତୋଲ ଉପନିର୍ବାଚନରେ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିବା ଘୋଷଣା କରିଥିଲେ।

ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ବିଜେଡ଼ି ହାତକୁ ଯିବ ବୋଲି ଅନେକ ଆଶା କରୁଥିଲେ। କାରଣ ଦିଗଙ୍ଗତ ନେତା ବିଷ୍ଣୁ ଦାସଙ୍କ ବର୍ଷ ବର୍ଷର ପରିଶ୍ରମ ଏଠାରେ କାମ ଦେବ ବୋଲି ଆକଳନ କରାଯାଇଥିଲା, ଯାହା ପୁଅ ବିଜୟ ଶଙ୍କର ଦାସଙ୍କ ପାଇଁ ଆର୍ଶିବାଦ ହୋଇଛି। ଏଭଳି ସ୍ଥିତିରେ ବିଜେଡିର ତିର୍ତ୍ତୋଲ ଗଡ଼କୁ ଭେଦ କରିବା କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ପାଇଁ ଆଦୌ ସହଜ ନଥିଲା।

- Advertisement -

ତିର୍ତ୍ତୋଲ ଉପନିର୍ବାଚନରେ ବିଧାୟକ ଭାବେ ବିଜୟ ଶଙ୍କର ଦାସ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭୋଟରମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା ବିଷ୍ଣୁ ଦାସ, ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଆଉ ୨୦୨୦ ଉପ-ନିର୍ବାଚନରେ ବିିଜେଡି ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ ୪୬,୧୦୦ ରହିଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories