www.samajalive.in
Sunday, December 7, 2025
16.1 C
Bhubaneswar

ବାଲେଶ୍ବର ଉପନିର୍ବାଚନ : ବିଜେଡି ମୁଣ୍ଡରେ ବିଜୟ ମୁକୁଟ

ବାଲେଶ୍ବର : ବାଲେଶ୍ବର ସଦର ଉପନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଭୋଟ ଗଣତି ଶେଷ ସୁଦ୍ଧା ଯାହା ଦେଖାଯାଇଛି ପୂର୍ବ ନିର୍ବାଚନରେ ବିଜେପିର ଦଖଲରେ ଥିବା ବାଲେଶ୍ବର ସଦର ଆସନକୁ ଶାସକ ବିଜେଡି ଅସ୍ତିଆର କରିନେଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ବରୂପ ଦାସ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୧୩,୧୯୫ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି। ବାଲେଶ୍ବର ସଦର ଉପନିର୍ବାଚନର ଭୋଟ ଗଣତି ସମୁଦାୟ ୨୫ ରାଉଣ୍ଡ ହୋଇଥିଲା । ତେବେ ଗଣତିର ୨୫ ରାଉଣ୍ଡ ମଧ୍ୟରୁ ମାତ୍ର ୬ଟି ରାଉଣ୍ଡରେ କେବଳ ବିଜେପି ଆଗରେ ରହିଥିବା ବେଳେ ଅନ୍ୟ ୧୯ ଟି ରାଉଣ୍ଡରେ ବିଜେଡି ପାର୍ଥୀ ଆଗରେ ରହିଥିଲେ। ୬ଟି ରାଉଣ୍ଡରେ ବିଜେପି ଆଗରେ ରହିଥିଲେ ମଧ୍ୟ ଭୋଟ୍ ବ୍ୟବଧାନ ଅଧିକ ନ ଥିବାରୁ ଏହା ବିଜେପିକୁ ଲାଭ ଦେଇ ପାରି ନ ଥିଲା।

ବାଲେଶ୍ବର ସଦର ଉପନିର୍ବାଚନର ୨୫ ରାଉଣ୍ଡ ଭୋଟ୍‌ ଗଣତି ପରେ ବିଜେଡିକୁ ୮୨ ହଜାର ୮୧୦ ଖଣ୍ଡ ଭୋଟ୍, ବିଜେପିକୁ ୬୯ ହଜାର ୪୧୫ ଖଣ୍ଡ ଭୋଟ୍, କଂଗ୍ରେସକୁ ୪ ହଜାର ୯୦୧ ଖଣ୍ଡ ଭୋଟ୍, ସ୍ବାଧିନ ପାର୍ଥୀ ବେଣୁଧର ବାରିକଙ୍କୁ ୧ ହଜାର ୨୪୫ ଖଣ୍ଡ ଭୋଟ, ଅନ୍ୟଦୁଇଜଣ ସ୍ବାଧିନ ପାର୍ଥୀ ଭାଗ୍ୟଦୂତ ଦାସପଟ୍ଟନାୟକ ୩୦୭ ଓ ଏମଡି.ନୂମାନ ଖାନ୍ ୨୪୫ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବାଲେଶ୍ବର ସଦର ଉପନିର୍ବାଚନରେ ୬୯୧ ଖଣ୍ଡ ଭୋଟ ନୋଟାରେ ଯାଇଛି। ନୋଟା ଅର୍ଥାତ ବାଲେଶ୍ବର ସଦରରେ ନିର୍ବାଚନ ଲଢୁଥିବା କୌଣସି ପାର୍ଥୀ ନୋଟା ଭୋଟ ଦେଇଥିବା ୬୯୧ ଜଣଙ୍କୁ ପସନ୍ଦ ନଥିଲେ।

- Advertisement -

ଅନ୍ୟପଟେ ବାଲେଶ୍ବର ସଦର ଉପନିର୍ବାଚନାରେ ପୋଷ୍ଟାଲ ବାଲାଟ ଭୋଟରେ ମଧ୍ୟ ଶାସକ ବିଜୁ ଜନତା ଦଳ ଆଗରେ ରହିଛି। ବାଲେଶ୍ବର ସଦରର ମୋଟ୍ ୧ ହଜାର ୬୬୦ ପୋଷ୍ଟାଲ ବାଲାଟ ଭୋଟରୁ ବିଜେଡିକୁ ୬୬୦ ଖଣ୍ଡ ମିଳିଥିବା ବେଳେ ବିଜେପିକୁ ୫୩୯, କଂଗ୍ରେସକୁ ୭୨, ସ୍ବାଧୀନ ପାର୍ଥୀ ବେଣୁଧର ବାରିକଙ୍କ ୪ ଓ ଭାଗ୍ୟଦୂତ ଦାସପଟ୍ଟନାୟକଙ୍କ ୨ ଖଣ୍ଡ ମିଳିଛି। ସେହିପରି ୫ ଜଣ ପୋଷ୍ଟାଲ ବାଲାଟ ଭୋଟର ତାଙ୍କ ଭୋଟ୍‌ ନୋଟାରେ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories