www.samajalive.in
Thursday, December 11, 2025
15.1 C
Bhubaneswar

ନୂଆପଲ୍ଲୀରେ ନୟାନ୍ତ କଲେଣି ଲୁଟିଆ

ଭୁବନେଶ୍ବର: ନୂଆପଲ୍ଲୀ ଅଞ୍ଚଳରେ ଗତ କିଛି ଦିନ ହେବ ଚୋରି ଓ ଲୁଟ୍‌ପାଟ୍‌ ବଢ଼ି ଯାଇଛି। ଲୁଟିଆ ରାସ୍ତାଘାଟରୁ ବାଇକ୍‌ ଚୋରି କରି ନେଇ ପଳାଉଥିବା ବେଳେ ହାତରୁ ମୋବାଇଲ୍‌ ଫୋନ୍ ଝାମ୍ପି ନେଉଛନ୍ତି। ଏକାକୀ ଘର ଦେଖି ଲୁଟ୍‌ପାଟ୍‌ କରୁଛନ୍ତି। ସପ୍ତାହକ ମଧ୍ୟରେ ୪ଟି ବାଇକ୍‌ ନୂଆପଲ୍ଲୀ ଥାନା ଅଞ୍ଚଳରୁ ଚୋରି ହେଲାଣି। ଦୋକାନରୁ ଔଷଧ କିଣି ପଛକୁ ଚାହିଁଲା ବେଳକୁ ଆଉ ବାଇକ୍‌ ନାହିଁ। ନୂଆପଲ୍ଲୀ ବେହେରା ସାହିରେ ରହୁଥିବା ରାଜକିଶୋର ସାମଲ ଜୟଦେବିବହାର ଛକ ନିକଟରେ ଥିବା ଆପୋଲୋ ଫାର୍ମାସିକୁ ଔଷଧ କିଣିବାକୁ ଯାଇଥିଲେ। ୩ ମିନିଟ୍‌ ପରେ ପଛକୁ ଚାହିଁଲା ବେଳକୁ ତାଙ୍କ ବାଇକ୍ ଆଉ ନ ଥିଲା। ବାଇକ୍‌ରେ ହେଲମେଟ୍‌ ଟଙ୍ଗା ହୋଇଥିଲା। ତାକୁ ପିନ୍ଧି ଚୋର ଚମ୍ପଟ। ଏନ୍‌-୩ ଅଞ୍ଚଳରେ ରହୁଥିବା ନଗରୀ ଶରଣ ଶର୍ମା କୌଣସି କାମରେ ଏନ୍‌-୧ ଅଞ୍ଚଳକୁ ତାଙ୍କ ଦୁଇ ଚକିଆ ବାଇକ୍‌ରେ ଯାଇଥିଲେ। ସେଠାରୁ କେହି ତାଙ୍କ ବାଇକ୍ ନେଇ ପଳାଇଥିଲା।

ସେହିପରି ଶୈଳଶ୍ରୀବିହାର ଅଞ୍ଚଳର ସରୋଜ କୁମାର ସ୍ବାଇଁ ଏନ୍‌-୩ ଅଞ୍ଚଳରେ ଥିବା ତାଙ୍କ ଅଫିସକୁ ଆସିଥିଲେ। ସନ୍ଧ୍ୟାରେ ଅଫିସରୁ ବାହାରିବା ବେଳକୁ ତାଙ୍କ ବାଇକ୍‌ ଆଉ ନ ଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏନ୍‌-୬ରେ ରହୁଥିବା ଦେବାଶିଷ ଦାସଙ୍କ ଘର ସାମ୍‌ନାରେ ତାଙ୍କ ବାଇକ୍‌ ଥୁଆ ହୋଇଥିଲା। କେହି ଦୁର୍ବୃତ୍ତ ନେଇ ପଳାଇଥିବା ସେ ଅଭିଯୋଗ କରିଛନ୍ତି।
ନୂଆପଲ୍ଲୀ ଅଞ୍ଚଳରେ କେବଳ ବାଇକ୍‌ ଚୋରି ନୁହେଁ, ଦୁର୍ବୃତ୍ତମାନେ ହାତରୁ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇ ପଳାଉଛନ୍ତି। ସିଆର୍‌ପି ଛକରେ ଅନୁଗୋଳ ଯିବାକୁ ବସ୍‌କୁ ଅପେକ୍ଷା କରିଥିବା ଶିବାଜୀ ରଣସିଂହ ତାଙ୍କର ଜଣେ ବନ୍ଧୁଙ୍କୁ ଟେଲିଫୋନ୍ କରି କଥା ହେଉଥିବାବେଳେ ୨ ଜଣ ବାଇକ୍‌ରେ ଆସି ତାଙ୍କ ହାତରୁ ଦାମୀ ୱାନ୍‌ପ୍ଲସ୍ ମୋବାଇଲ୍‌ ଫୋନ୍ ଝାମ୍ପି ନେଇଥିଲେ। ସ୍ବାତୀ ସାଗରିକା ମିଶ୍ର ଖଣ୍ଡଗିରି ଅଫିସରୁ ତାଙ୍କ ଝାରପଡ଼ାସ୍ଥିତ ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ୭ଟା ବେଳେ ବାଇକ୍‌ରେ ତାଙ୍କୁ ପିଛା କରୁଥିବା ୨ଜଣ ଯୁବକ ଇସ୍କନ୍‌ ମନ୍ଦିର ସାମ୍‌ନା ଓଭରବ୍ରିଜ୍‌ ଉପରେ ତାଙ୍କୁ ଆକ୍ରମଣ କରି ତାଙ୍କ ଭ୍ୟାନିଟ୍‌ ଝାମ୍ପି ନେଇ ପଳାଇଥିଲେ। ସେଥିରେ ତାଙ୍କର ମୋବାଇଲ୍‌ ଫୋନ୍, ଏଟିଏମ୍‌ କାର୍ଡ ଓ ନଗଦ ୨୦୦୦ ଟଙ୍କା ଥିଲା।

- Advertisement -

ଆଇଆର୍‌ସି ଭିଲେଜ୍‌ ଏନ୍‌-୫ ଅଞ୍ଚଳରେ ଏକାକୀ ରହୁଥିବା ଡା. ପୁନମ ପାଢ଼ୀଙ୍କ ତଳ ଘରେ ଦୁଇ ଦିନ ତଳେ କେହି ଦୁର୍ବୃତ୍ତ ଝରକା ତାଡ଼ି ଭିତରକୁ ପ୍ରବେଶ କରିଥିଲା। ତଳମହଲାରେ କେହି ନ ଥିବା ସୁଯୋଗ ନେଇ ପଶି ଆଲ୍‌ମିରା ତାଡ଼ି ସେଥିରୁ ଗୋଟିଏ ହଳ ସୁନା-ହୀରା କାନଫୁଲ ନେଇ ଯାଇଥିଲା। ସେହିପରି ୩ଟି ମୋବାଇଲ୍‌ ଫୋନ୍ ଏବଂ ନଗଦ ୧୦,୦୦୦ ଟଙ୍କା ଦୁର୍ବୃତ୍ତ ନେଇ ଯାଇଥିଲେ। ରାତିରେ ଶବ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଥିଲା। ସେ ତଳ ଘରକୁ ଆସିବା ବେଳେ ସେମାନେ ପଳାଇ ଯାଇଥିଲେ। ଖବର ପାଇ ପିସିଆର୍ ପହଞ୍ଚିଥିଲା। ସେହିପରି ପ୍ରତ୍ୟୁଷ କୁମାର ପ୍ରଧାନ ନାମକ ଜଣେ ଛାତ୍ର କୋଚିଂ ନେବା ପାଇଁ ଗୁଣ୍ଡିଚା ଭବନରେ ରହୁଥିବାବେଳେ କେହି ଦୁର୍ବୃତ୍ତ ତାଙ୍କ ରୁମ୍‌ରେ ପଶି ତାଙ୍କର ଏବଂ ସହପାଠୀଙ୍କ ୨ଟି ମୋବାଇଲ୍‌ ଫୋନ୍ ଏବଂ ପର୍ସ ଚୋରି କରି ନେଇଛି। ସେଥିରେ ତାଙ୍କର ଏଟିଏମ୍‌ ଏବଂ ପରିଚୟ ପତ୍ର ଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories