www.samajalive.in
Saturday, December 13, 2025
26.1 C
Bhubaneswar

ବନବିଭାଗର ଅଚାନକ ଚଢ଼ାଉ କାଠ ବୋଝେଇ ପିକଅପ୍ ଜବତ

ପାଟଣା : ରବିବାର ରାତି ୨ ଘଟିକା ସମୟରେ ଏକ ନମ୍ବର ବିହୀନ ପିକ୍ଅପ୍ ରେ ଚୋରା କାଠ ଚାଲାଣ କରା ଯାଉଥିବା ବେଳେ ବୈତରଣୀ ପୋଲ ନିକଟରେ ପାଟଣା ବନ ବିଭାଗ ଚଢ଼ାଉକରି ଏହାକୁ ଧରିଥିଲେ। ସୂଚନା ଅନୁଯାୟୀ କୌଣସି ସୂତ୍ର ରୁ ଖବର ପାଇ କେନ୍ଦୁଝର ଡିଏଫଓ ଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ପଟୁ ଢେଙ୍କିକୋଟ ଦିଗକୁ ଦ୍ରୁତ ଗତିରେ ଏକ ନମ୍ବର ବିହୀନ କାଠ ବୋଝେଇ ପିକ୍ଅପ୍ ଗାଡି ଯାଉଥିବା ବେଳେ ପୂର୍ବରୁ ଜଗିଥିବା ବନ କର୍ମଚାରୀ ଗାଡିଟିକୁ ଅଟକାଇ ଥିଲେ। ବନ କର୍ମ ଚାରୀକୁ ଦେଖି ମାଫିଆ ମାନେ ରାତିର ସୁଯୋଗ ନେଇ ଦୌଡି ପଳାଇ ଥିଲେ। ଉକ୍ତ ଗାଡ଼ିରେ ଥିବା ୩୫ ପିସ ଶାଳ ଚୌକାଠ ସହ ନମ୍ବର ବିହୀନ ପିକ୍ଅପ୍ କୁ ଜବତ କରାଯାଇଛି। ଏହି ଚଢ଼ାଉରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ଖିରେଇଟାଙ୍ଗିରୀ ଫରେଷ୍ଟର ଅମୁଲ୍ୟ ସେନାପତି, ପାଟଣା ଫରେଷ୍ଟର ଜ୍ୟୋସ୍ନା ରାଣୀ ବେହେରା, ବନରକ୍ଷୀ ତ୍ରିନାଥ ଜେନା ଓ ପ୍ରଯୁକ୍ତା ଜେନା ଏବଂ ପାରା ଷ୍ଟାଫ ସାମିଲ ହୋଇଥିଲେ। ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କାହାରିକୁ ଗିରଫ କିମ୍ବା ଅଟକ କରାଯାଇ ନଥିବା ଜଣା ପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories