www.samajalive.in
Saturday, December 13, 2025
26.1 C
Bhubaneswar

ଆସନ୍ତାକାଲି ଉପନିର୍ବାଚନ ଫଳାଫଳ: ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି

ଭୁବନେଶ୍ଵର : ଆସନ୍ତକାଲି ରାଜ୍ୟର ଦୁଇ ବିଧାନସଭା ଆସନ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନର ମତ ଗଣନା ହେବ। ଏଥିପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି ଯେ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ବାଲେଶ୍ୱର ସଦର ପାଇଁ ବାଲେଶ୍ୱର କଲେକ୍ଟରେଟ୍ ଓ ତିର୍ତ୍ତୋଲ ପାଇଁ ଜଗତସିଂହପୁରରେ ଏସଭଏମ୍ କଲେଜରେ ଭୋଟ ଗଣନା ହେବ।

ତେବେ ବାଲେଶ୍ଵର ଓ ତିର୍ତ୍ତୋଲରେ କୋଭିଡ ନିୟମ ଅନୁସାରେ ଭୋଟ ଗଣତି ହେବ। ଗଣତି ସମୟରେ ଗୋଟିଏ ରୁମରେ ୧୪ ଟେବୁଲ ରଖାଯାଉଥିଲା ତେବେ କରୋନା ସମୟରେ ଗହଳି କାମଇବା ପାଇଁ ଚଳିତ ଥର ୧୪ ବଦଳରେ ୭ ଟେବୁଲ ରହିଛି।  ସେହିଭଳି ୩ଟି କାଉଣ୍ଟିଂ ହଲ୍ ରହିଥିବା ବେଳେ ୬୭ ଆରଓ ଓ ଏଆରଓଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ଵର ପାଇଁ ୩ଟି ଏଆରଓ ଓ ତିର୍ତ୍ତୋଲ ପାଇଁ ୨ଟି ଏଆରଓ ରହିଛି ।

- Advertisement -

ପ୍ରଥମେ ପୋଷ୍ଟାଲ ବାଲାଟରେ ଗଣତି ହେବ ଏବଂ ସାଢେ ୮ଟାରୁ ଇଭିଏମ ଗଣନା ଆରମ୍ଭ ହେବ । ସାମାଜିକ ଦୂରତା, ମାସ୍କ, ଫେସ ସିଲଡ଼, ସାନିଟାଇଜର, ୱାୟାରଲେସ ବ୍ୟାରିକେଡ, ଟ୍ରାନ୍ସପାରେଣ୍ଟ ପଲିଥିନ ସିଟ୍ ରହିବ । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି। ସେହିପରି ଏସବୁ ସରିବା ପରେ ୫ଟି ଭିଭିପାଟ୍ ଗଣନା ହେବ । ଇସିଆଇ ୱେବସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ । ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ । ଏଥିସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜଣାପଡିବ । ସ୍ଥାନୀୟ ପୋଲିସ ଓ ସିଏପିଏଫ ଗଣତି କେନ୍ଦ୍ରରେ ଉପସ୍ଥିତ ରହିବେ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories