www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ସମାଜବାଦୀ ନେତା ତଥା ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭର୍ଚ୍ୟୁଆଲ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଜଣେ ଛାତ୍ର ନେତା ଭାବରେ ଜୀବନ ଆରମ୍ଭ କରି ପ୍ରଦ୍ୟୁମ୍ନ ବାବୁ ରାଜନୀତି, ସମାଜସେବା ଓ ସାମ୍ବାଦିକତାରେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ତାଙ୍କ ଜୀବନରେ ସେ ସବୁବେଳେ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଆସିଛନ୍ତି ଏବଂ ଏଥିରେ ସେ କେବେ ବି ସାଲିସ କରିନାହାନ୍ତି ।
ତାଙ୍କ ଉଦ୍ୟମ ଓ ଆଦର୍ଶରେ ପ୍ରଗତିବାଦୀ ଏକ ସାପ୍ତାହିକରୁ ଆଜି ଏକ ଦୈନିକରେ ପରିଣତ ହୋଇଛି ଏବଂ ଓଡିଆ ସମ୍ବାଦପତ୍ର ଜଗତରେ ନିଜର ସ୍ଥିତିକୁ ମଜବୁତ କରିପାରିଛି । ମୁଁ ବହୁତ ଖୁସି ଯେ ପ୍ରଗତିବାଦୀ ପକ୍ଷରୁ ଗରିବ ଲୋକଙ୍କୁ ସାହାଯ୍ୟ କରିବାପାଇଁ ପ୍ରଦ୍ୟୁମ୍ନ ବଳ ରିଲିଫ କମିଟି ଗଠନ କରାଯାଇଛି। ଏହି ସାଧୁ ଉଦ୍ୟମ ପାଇଁ ପ୍ରଗତିବାଦୀ ପରିବାରକୁ ବହୁତ ଧନ୍ୟବାଦ।ବର୍ତ୍ତମାନ ସମାଜ ଆଗକୁ ବଢୁଛି । ବିଭିନ୍ନ କ୍ଷେତ୍ରରେ ବହୁତ ଶୀଘ୍ର ପରିବର୍ତ୍ତନ ଘଟୁଛି। ପରିବର୍ତ୍ତନ ସହ ଯଦି ଆମେ ମୂଲ୍ୟବୋଧର ସୁରକ୍ଷା ପ୍ରତି ଧ୍ୟାନ ଦେବା, ତେବେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରିବ।
ଖୁସିର କଥା, ଚଳିତ ବର୍ଷ ବିଶିଷ୍ଟ ସମାଜସେବୀ କୁମାରୀ କ୍ରିଷ୍ଣାରାଣୀ ବୋଷ ପ୍ରଦ୍ୟୁମ୍ନ ବଳ ସମ୍ମାନ ପାଉଛନ୍ତି । ତାଙ୍କୁ ମୋର ଅଭିନନ୍ଦନ ଜଣାଉଛି। ସେହିପରି ଜୟନ୍ତୀ କମିଟି ପକ୍ଷରୁ ୧୦ ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଉଥିବା ବହୁତ ଖୁସିର କଥା । ଏଥିପାଇଁ ମୁଁ କମିଟିକୁ ଧନ୍ୟବାଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories