www.samajalive.in
Thursday, December 11, 2025
13.1 C
Bhubaneswar

କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ : ଡ. ସ୍ମୃତିରଞ୍ଜନ ଲେଙ୍କା

ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ବୃତ୍ତି ରାଶି କାଟ କରି ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୨୦ ମସିହା ନଭେମ୍ବର ୩ ତାରିଖ ଦିନ ଉପନିର୍ବାଚନର ଠିକ୍‍ ଭୋଟ ପଡ଼ିବା ପରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ଦେଖାଯାଉଛି ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତରେ କଣ୍ଟା ସାଜିଛନ୍ତି। ସେମାନଙ୍କୁ ମାଟ୍ରିକ୍‍ ପରେ ମିଳୁଥିବା ବୃତ୍ତି ରାଶିକୁ କମାଇ ଦେଇଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ନିରୁତ୍ସାହିତ କରିବ ବୋଲି ଡ. ଲେଙ୍କା କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଏକ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରରେ ଉପା ସରକାର ଥିଲାବେଳେ ୨୦୧୩-୧୪ ପର୍ଯ୍ୟନ୍ତ ଶତ ପ୍ରତିଶତ ଅନୁଦାନ ମିଳୁଥିଲା। କିନ୍ତୁ ଦୁଃଖର ବିଷୟ କେନ୍ଦ୍ରରେ ମୋଦୀ ସରକାର ଏହାକୁ କେଉଁ ଆଧାରରେ କାଟିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଲୋକମାନେ ଜୀବନ ଜୀବିକା ସହ ସଂଘର୍ଷ କରୁଛନ୍ତି। ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ଲୋକମାନଙ୍କର ଆର୍ଥିକ ସ୍ଥିତି ଭୁଷୁଡି ପଡିଛି। ଠିକ୍‍ ଏହି ସମୟରେ ବୃତ୍ତିରାଶି କାଟ୍‍ କରିବା କେତେଦୂର ଯଥାର୍ଥ ବୋଲି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି।
ଯେଉଁ ବି-ଟେକ୍‍ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୬୦ ହଜାର ଟଙ୍କା ବୃତ୍ତି ମିଳୁଥିଲା, ଏବେ ତାହା କମି ୨୫ ହଜାରରେ ପହଞ୍ଚିଥିବା ବେଳେ ଏମ୍‍.ଟେକ୍‍ ୬୬ ହଜାର ପରିବର୍ତ୍ତେ ୨୫ ହଜାର, ବିଏଏମ୍‍ଏସ୍‍ ୪୫ ହଜାର ପରିବର୍ତ୍ତେ ୨୫ ହଜାର, ଏମ୍‍ବିଏ ୬୫ ହଜାର ପରିବର୍ତ୍ତେ ୨୫ ହଜାର, ଏମ୍‍ସିଏ ୪୦ ହଜାର ପରିବର୍ତ୍ତେ ୨୫ ହଜାର, ବିଏଚ୍‍ଏମ୍‍ଏସ୍‍ ୪୦ ହଜାର ପରିବର୍ତ୍ତେ ଏହା କମି ୭୨୦୦ ଟଙ୍କାରେ ପହଞ୍ଚିଛି। ସେହିପରି ବହୁ ପାଠ୍ୟକ୍ରମର ବୃତ୍ତିରାଶି କମାଇ ଦିଆଯାଇଛି। ଏହି ପରିସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ କିପରି ପାଠ ପଢ଼ିବେ ତାହା ସନ୍ଦେହ ସୃଷ୍ଟି କରୁଛି। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷରେ ପୁରୁଣା ବୃତ୍ତିରାଶି ପାଇଛନ୍ତି, ଏବେ ସେମାନେ ଆସନ୍ତା ବର୍ଷମାନଙ୍କରେ ଏତେ କମ୍‍ ରାଶି ପାଇ କେମିତି ପାଠ ପଢିବେ ତାହାକୁ ନେଇ ଡ. ଲେଙ୍କା ଦୃଢ଼ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ଓଡିଶା ସରକାର ପ୍ରତିଟି ବିଲରେ କେନ୍ଦ୍ର ସରକାରକୁ ଦୃଢ଼ ସମର୍ଥନ କରିଆସିଛନ୍ତି ରାଜ୍ୟ ସରକାର। କିନ୍ତୁ ଏ କ୍ଷେତ୍ରରେ କ’ଣ ପାଇଁ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ତେଣୁ ଏଥିରୁ ପ୍ରମାଣିତ ଉଭୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ। ଯଦି ଆଗାମୀ ଦିନରେ ଉଭୟ ସରକାର ଏହାର ଉତର ରଖିବା ସହ ଏହି ବୃତ୍ତିରାଶିକୁ ବଢ଼ାଇ ପୁରୁଣା ବୃତ୍ତିରାଶି ଅନୁସାରେ ନ ଦିଅନ୍ତି ତେବେ ଯୁବ କଂଗ୍ରେସ ଓଡିଶାର ସମସ୍ତ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଉଭୟ ସରକାରଙ୍କ ମନ୍ତ୍ରୀଙ୍କୁ ଘୋର ବିରୋଧ କରାଯିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ସଂକୁନା କହଁର, ରଞ୍ଜିତ ପାତ୍ର, ସ୍ୱାଗତ କର, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ, ବିଶ୍ୱରଞ୍ଜନ ଦାସ, ଆଦିତ୍ୟ ପ୍ରସାଦ ପରିଡା, ସୁଦୀପ୍‍ କର, ରିତୁଲ୍‍ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories