www.samajalive.in
Monday, December 8, 2025
24.1 C
Bhubaneswar

ଚକ୍ଷୁ, ସ୍ମରଣ ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ଚକ୍ଷୁ ଆମର ଶରୀରର ଏକ ମୁଖ୍ୟ ଅଙ୍ଗ। ଏହାଦ୍ୱାରା ଆମେ ଏହି ସୁନ୍ଦର ଦୁନିଆକୁ ଦେଖି ପାରୁ। ଏହି କାରଣରୁ ଚକ୍ଷୁର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଏଥିପାଇଁ କିଛି ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଯାହା ଚକ୍ଷୁକୁ ସୁସ୍ଥ ରଖିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଜାଣନ୍ତୁ ସେହି ଖାଦ୍ୟ ବିଷୟରେ…
ଅଁଳା ଦୃଷ୍ଟି ଶକ୍ତି ବୃଦ୍ଧିକରିବାରେ ସହାୟକ ହୋଇଥାଏ। ଦୃଷ୍ଟି ଶକ୍ତି ପାଇଁ ଏହା ସର୍ବୋତ୍ତମ ଘରୋଇ ଉପାୟ ବୋଲି ମଧ୍ୟ କୁହାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ରହିଛି। ଅଁଳାରେ ମହୁ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।
ପାନମଧୁରୀରେ ବହୁ ପୋଷକ ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ। ଏହାସହ ଚକ୍ଷୁ ପାଇଁ ଖୁବ ଉପଯୋଗୀ। ଏଥିପାଇଁ ଏକ କପ ବାଦାମ, ପାନମଧୁରୀ, ମିଶ୍ରିକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏହି ଗୁଣ୍ଡକୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଖିରରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଦୃଷ୍ଟି ଶକ୍ତି ଖୁବ ପ୍ରଖର ହୋଇଥାଏ।
ବାଦାମ ମଧ୍ୟ ଦୃଷ୍ଟି ଶକ୍ତି ପାଇଁ ଖୁବ ଉପକାରୀ। ଏଥିରେ ଭିଟାମିନ ଇ, ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହାସହ ଏଥିରେ ଓମେଗା-୩, ଫ୍ୟାଟି ଏସିଡ ମଧ୍ୟ ରହିଛି। ଏହା ସ୍ମରଣଶକ୍ତି ଓ ଏକାଗ୍ରତା ବୃଦ୍ଧି ପାଇଁ ସହାୟକ। ନିୟମିତ ରାତିରେ କିଛି ବାଦାମ ପାଣିରେ ବତୁରାଇ ସକାଳେ ଏହାର ଚୋପା କାଢି ପେଷି ଖିରରେ ମିଶାଇ ପିଅନ୍ତୁ। ଏହା ଖୁବ ଉତ୍ତମ।
ଗାଜରରେ ଭିଟାମିନ ଏ ଅଧିକ ମାତ୍ରାରେ ରହିଛି। ଯାହା ଚକ୍ଷୁ ପାଇଁ ଖୁବ ଉପକାରୀ। ଏହା ସ୍ୱାସ୍ଥ୍ୟ ଓ ଚକ୍ଷୁ ପାଇଁ ଖୁବ ଲାଭଦାୟକ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories