କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୧୦ ମୃତ

0

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଆନ୍ତର୍ଜାତିକ ବିମାନବନ୍ଦର ନିକଟରେ ରବିବାର ଆତ୍ମଘାତୀ ବିସ୍ଫୋରଣ ଘଟି ୧୦ଜଣଙ୍କର ମୃତ୍ୟୁ ହୋଇଛି। ନିର୍ବାସନରୁ ଫେରୁଥିବା ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅବଦୁଲ ରସିଦଙ୍କୁ ସ୍ୱାଗତ କରିବା ପାଇଁ ଲୋକମାନେ ଏକାଠି ହୋଇଥିବାବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ରଙ୍କ କହିବା ଅନୁଯାୟୀ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ ପରେ ସରକାରୀ ଅଧିକାରୀ, ରାଜନେତା ଓ ସମର୍ଥକମାନେ ଫେରୁଥିବାବେଳେ ବିସ୍ଫୋରଣ ହୋଇଥିଲା। ତେବେ ବିସ୍ଫୋରଣରେ ଉପରାଷ୍ଟ୍ରପତି ଅକ୍ଷତ ରହିଛନ୍ତି। ମୃତକଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ସାଧାରଣ ନାଗରିକ ଓ ଜଣେ ଶିଶୁ ରହିଛି।

Leave A Reply