www.samajalive.in
Saturday, December 6, 2025
16.1 C
Bhubaneswar

ଆସନ୍ତାକାଲି ୭୮ଟି ଆସନରେ ମତଦାନ : ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୩୫ ଲକ୍ଷ ଭୋଟର

ପାଟନା:  ବିହାର ବିଧାନସଭା ନିର୍ବାଚନର ଶେଷ ତଥା ଚୁଡାନ୍ତ ପର୍ଯ୍ୟାୟରେ ଶନିବାର ଅର୍ଥାତ  ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‍ଗ୍ରହଣ କରାଯିବ। ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ଏହି ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ୨ କୋଟି ୩୫ ଲକ୍ଷ ଭୋଟର୍‍ ୧୨୦୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ
କରିବେ। ସେମାନଙ୍କ ମଧ୍ୟରେ ୧୧୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ମୋଟ ୩୩ ହଜାର ୭୮୨ ମତଦାନ କେନ୍ଦ୍ର ମଧ୍ୟରୁ ୪,୯୯୯ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି।

- Advertisement -

ଆସନ୍ତାକାଲି  କିଷାନଗଞ୍ଜ, କଟିହାର, ମାଧେପୁରା ଏବଂ ସପୌଲ ଆଦି ୧୫ଟି ଜିଲ୍ଲାରେ ମତଦାନ ହେବ। ସେହିପରି ଆସନ୍ତାକାଲି ମଧ୍ୟ ବାଲ୍ମିକୀ ନଗର ସଂସଦୀୟ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ.ଆର  ଶ୍ରୀନିବାସ  କହିଛନ୍ତି, ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ତେବେ ନକ୍ସଲ ପ୍ରବଣ ବାଲ୍ମିକୀ ନଗର, ରାମନଗର, ସିମ୍ରି ଭକ୍ତିଆରପୁର ଏବଂ ମହିଶିହି ଆସନରେ ଦିନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ଏହି ପର୍ଯ୍ୟାୟରେ ବିଜେପି ୩୫ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିୟୁ. ୩୭ଟି, ବିକାଶଶୀଳ ଇନ୍‍ସାନ୍‍ ପାର୍ଟି ୫ଟି ଆସନରୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ହିନ୍ଦୁସ୍ଥାନୀ ଆୱମ୍‍ ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‍ ରାମ ମାନ୍‍ଝୀ ଗୋଟିଏ
ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ମହାମେଣ୍ଟରୁ ଆରଜେଡି ୪୬ଟି ଏବଂ କଂଗ୍ରେସ ୨୫ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସିପିଆଇଏମ୍‍ଏଲ୍‍ ପକ୍ଷରୁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସିପିଆଇ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସେହିପରି ଲୋକ ଜନଶକ୍ତି ପାର୍ଟିର ୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଉପେନ୍ଦ୍ର ଖୁସ୍‍ୱାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକସମତା ପାର୍ଟି ୨୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୫ଟି ସହଯୋଗୀ ରାଜନୈତିକ ଦଳ ସହିତ ବହୁଜନ ସମାଜ ପାର୍ଟି ୧୯ଟି ଆସନ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories