www.samajalive.in
Monday, December 8, 2025
13.1 C
Bhubaneswar

ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ କିନ୍ତୁ ଲାଲୁଙ୍କୁ ଝଟକା, ୨୭ ଯାଏ ରହିବେ ଜେଲରେ

ପାଟନା : ଶନିବାର ଅର୍ଥାତ ଆସନ୍ତାକାଲି ବିହାରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ତେବେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ବର୍ତ୍ତମାନ ରାଞ୍ଚି ଜେଲରେ ରହିବାକୁ ପଡିବ। ଦୁମକା ଟ୍ରେଜେରୀରୁ ହୋଇଥିବା ଅର୍ଥ ହେରଫେର ମାମଲାରେ ଶୁକ୍ରବାର ଦିନ ତାଙ୍କ ଜାମିନ ଆବେଦନ ଶୁଣାଣି ହେବାର ଥିଲା କିନ୍ତୁ ତାହାକୁ ସ୍ଥଗିତ ରଖାଯାଇଛି । ନଭେମ୍ବର ୨୭ରେ ତାଙ୍କ ଆବେଦନର ଶୁଣାଣି ହେବ। ଆଜି ଯଦି ତାଙ୍କୁ ଜାମିନ ମିଳିଥାନ୍ତା, ତେବେ ସେ ଜେଲରୁ ବାହାରିଥାନ୍ତେ, କାରଣ ସେ ପୂର୍ବରୁ ସେ ୪ଟି ଗୋ-ଖାଦ୍ୟ ମାମଲାରେ ଜାମିନ ପାଇଛନ୍ତି।

ଲାଲୁଙ୍କ ଓକିଲ ଦେବର୍ଷି ମଣ୍ଡଳ କହିଛନ୍ତି ଯେ କୋର୍ଟ ଏହି ମାମଲାର ଶୁଣାଣି ପାଇଁ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଥିଲେ। ଦୁମକା ମାମଲା ହାଇକୋର୍ଟରେ ଜଷ୍ଟିସ ଅପରେଶ କୁମାର ସିଂଙ୍କ ବେଞ୍ଚରେ ଶୁଶାଶି ପାଇଁ ତାଲିକାଭୁକ୍ତ ହୋଇଥିଲା। ଦୁମକା ଟ୍ରେଜେରୀରୁ ବେଆଇନ ଭାବେ ଅର୍ଥ ଉଠାଣ ମାମଲାରେ ଅଧା ଦଣ୍ଡ ଭୋଗିଥିବା ଆଧାରରେ ଯାଦବଙ୍କୁ ଜାମିନ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।

- Advertisement -

ସେ କହିଥିଲେ ଯେ ଲାଲୁ ପ୍ରସାଦ ଏହି ମାମଲାରେ ୪୨ ମାସ ଜେଲରେ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଅଧା ଦଣ୍ଡାଦେଶ ଆଧାରରେ ଜାମିନ ମିଳିବାର ସମ୍ଭାବନା ରହିଛି। ଅଧା ସମୟ ଜେଲରେ କାଟିବା ଆଧାରରେ ଲାଲୁଙ୍କ ତରଫରୁ ତାଙ୍କୁ କିଡନୀ, ହୃଦ ରୋଗ ଏବଂ ମଧୁମେହ ସମେତ ୧୬ ପ୍ରକାରର ରୋଗ ହେବା ନେଇ କୋର୍ଟରେ ଦର୍ଶାଯାଇଛି।

ସୂଚନା ଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତିର ୪ଟି ମାମଲାରେ ଲାଲୁ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି, ଯେଉଁଥିରୁ ଚାଇଁବସାର ଦୁଇଟି ଦେଓଘର ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories