www.samajalive.in
Friday, December 12, 2025
27.1 C
Bhubaneswar

ଶୁକ୍ରବାର ରାଶିଫଳ (୦୬-୧୧-୨୦୨୦)

ମେଷ: ସମ୍ମାନଷ୍ପଦ ବ୍ୟକ୍ତିଭାବେ ପରିଗଣିତ ହେବେ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ସକଳ ଗୁଣର ଆଧାରରେ ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ଯଶସ୍ୱୀ ଓ ବିଳାସୀ ହେବେ।

ବୃଷ: ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟରେ ସଫଳତା ମିଳିବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସମ୍ମାନିତ ହୋଇପାରନ୍ତି। ମନ ଫୂର୍ତ୍ତି ରହିବ। ବିଭିନ୍ନ ଦିଗରୁ ଧନାଗମ ହେବ। ବ୍ୟବସାୟ ଲାଭଜନକ ହେବ। ରାଜପ୍ରସାଦ ସୁଖ ମିଳିବ।

- Advertisement -

ମିଥୁନ: ଅସାଧ୍ୟ ସାଧନ କରିପାରନ୍ତି। ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ସୁଯୋଗର ସଦୁପଯୋଗ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପ୍ରୀତି ଭୋଜନ ମିଳିପାରେ।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। କର୍ମତତ୍ପରତା ପ୍ରକାଶ ପାଇବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ପରର ଉପକାର କରିବାକୁ ଯାଇ ଖର୍ଚ୍ଚାନ୍ତ ହେବେ।

ସିଂହ: ଲୋକ ସଂପର୍କ ବୃଦ୍ଧି ପାଇବ। ସମୃଦ୍ଧିର ମୂଳଦୁଆ ପଡ଼ିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯଶସ୍ୱୀ ହୋଇପାରନ୍ତି।

କନ୍ୟା: ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତିମାନ୍‍ ହେବେ। ସ୍ବତ୍ବାଧିକାରୀ ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣର ଆଧାର ହୋଇପାରନ୍ତି। ଘାତଚନ୍ଦ୍ର ହେତୁ ସତର୍କ ରହିବେ।

ତୁଳା: ଭ୍ରମଣ ଯୋଗ ଅଛି। ଧନବାନ୍‍ ହେବେ। ମହିଳାମାନଙ୍କର ସାହାଯ୍ୟକାରୀ ହେବେ। ଧର୍ମ ଆଚରଣ କରିପାରନ୍ତି। ଅତିଥି ପରାୟଣ ହେବେ। ଦୀନ-ଦରିଦ୍ରଙ୍କ ପ୍ରତି ଦୟାର୍ଦଚିତ୍ତ ହୋଇପାରନ୍ତି। ଆନନ୍ଦ ଉଲ୍ଲାସରେ ସାମିଲ ହେବେ।

ବିଛା: ଭାଷାର ଶୁଦ୍ଧତା ଯୋଗୁଁ ଜନସାଧାରଣଙ୍କ ଆଦରଣୀୟ ହେବେ। ହର୍ଷଯୁକ୍ତ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। କାର୍ଯ୍ୟରେ ବିଘ୍ନ ଘଟାଇବାକୁ କେହି ଚେଷ୍ଟା କରିପାରନ୍ତି। ଅଷ୍ଟମ ଓ ଘରତଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ଧନୁ: ସୁଖ ସମ୍ଭୋଗ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ପତ୍ନୀ ଆପଣଙ୍କୁ ପତନରୁ ଉଦ୍ଧାର କରି ଉତ୍‍ଥାନ ଦେଇପାରନ୍ତି ବନ୍ଧୁ ସହଯୋଗ ପାଇ ସଙ୍କଟରୁ ଉବୁରି ଯିବା ଆଶାକରାଯାଏ।

ମକର: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଧନ ପାଇଁ ମିତ୍ରର ସହଯୋଗ ଲୋଡ଼ି ପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ମହାଜନ ହୋଇପାରନ୍ତି।

କୁମ୍ଭ: ଦୁଶ୍ଚିନ୍ତା ଦୂର ହେବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ସତ୍ୟ ଧର୍ମର ରକ୍ଷକ ହେବେ। ବିଦୁଷ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିବେ। ବହୁମିତ୍ରଙ୍କ ସହଯୋଗ ମିଳିବ। ଦେବ ଭକ୍ତିଯୁକ୍ତ ହେବେ। କୃଷିରୁ ଭଲ ଲାଭ ହେବ।

ମୀନ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଭୋଜନ ସୁଖ ମିଳିବ। ସମ୍ମାନିତ ହୋଇପାରନ୍ତି। ଧନଲାଭର ସୂଚନା ମିଳୁଛି। ଦେବାଶ୍ରିତ ହୋଇପାରନ୍ତି। କୃଷିକର୍ମରେ ପାରଙ୍ଗମ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ସୁଖଭୋଗ କରିପାରନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories