www.samajalive.in
Saturday, December 13, 2025
26.1 C
Bhubaneswar

ସିବିଆଇ ଲାଗି ଦରଜା ବନ୍ଦ କଲା ଝାଡ଼ଖଣ୍ଡ: ତଦନ୍ତ ଲାଗି ନେବାକୁ ପଡ଼ିବ ରାଜ୍ୟ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ:  ମହାରାଷ୍ଟ୍ର, ରାଜସ୍ଥାନ ଏବଂ କେରଳ ପରେ ଝାଡ଼ଖଣ୍ଡ ସରକାର ରାଜ୍ୟରେ ତଦନ୍ତ କରିବା ପାଇଁ ସିବିଆଇକୁ ଦିଆଯାଇଥିବା ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏଣିକି କୌଣସି ତଦନ୍ତ କରିବାକୁ ଝାଡ଼ଖଣ୍ଡ ଯିବା ପୂର୍ବରୁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ। ଗୁରୁବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏପରି ପଦକ୍ଷେପ ଗ୍ରହଣ କରିବାରେ ଝାଡ଼ଖଣ୍ଡ ଦେଶର ଅଷ୍ଟମ ରାଜ୍ୟ ହୋଇଛି । ପୂର୍ବରୁ ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କେରଳୀନଳମୂସ  ଆଦି ରାଜ୍ୟଗୁଡ଼ିକ ଅନୁରୂପ ନିଷ୍ପତ୍ତି ନେଇଛନ୍ତି ।

- Advertisement -

ଏହି ରାଜ୍ୟଗୁଡିକ ଅଭିଯୋଗ କରିଛନ୍ତି ଯେ ବିଜେପି ଶାସିତ କେନ୍ଦ୍ର ସରକାର ରାଜନୈତିକ ବିରୋଧୀଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଅପବ୍ୟବହାର କରୁଛନ୍ତି। ୨୦୧୮ରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଏହି ନିଷ୍ପତ୍ତି ନେଇଥିଲା। ପରେ ତତ୍କାଳୀନ ଚନ୍ଦ୍ରବାବୁ ନାଇଡ଼ୁ ସରକାର  ସିବିଆଇ ପାଇଁ ଆନ୍ଧ୍ରପ୍ରଦେଶ ଦ୍ବାର ବନ୍ଦ କରିଥିଲେ ।  ଜାନୁଆରୀ ୨୦୧୯ ରେ ଛତିଶଗଡର କଂଗ୍ରେସ ସରକାର ସିବିଆଇକୁ ଦିଆଯାଇଥିବା ସାଧାରଣ ସମ୍ମତି ପ୍ରତ୍ୟାହାର କରିନେଲେ, ତେବେ ଚଳିତ ବର୍ଷ ଜୁଲାଇରେ ରାଜସ୍ଥାନର ଗେହଲୋଟ୍ ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ। କିଛିଦିନ ତଳେ ମହାରାଷ୍ଟ୍ର ସରକାର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିଲେ ଓ କେରଳ ସରକାର ଦୁଇଦିନ ତଳେ ସିବିଆଇ ତଦନ୍ତ ଲାଗି କେନ୍ଦ୍ରୀୟ ସଂସ୍ଥାକୁ ରାଜ୍ୟର ଅନୁମତି ନେବାକୁ ପଡ଼ିବ ବୋଲି କହିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories