www.samajalive.in
Sunday, December 14, 2025
26.1 C
Bhubaneswar

ଘଞ୍ଚ ଜଙ୍ଗଲରେ ମହିଳାଙ୍କ ତପସ୍ୟା : ବିତିଲାଣି ୪ ଦିନ, ଆହୁରି ବସିବେ ୨୧ ଦିନ

ନବରଙ୍ଗପୁର:  ପୂର୍ବକାଳରେ  ଅନେକ ଋଷିି ମୁନି ପାହାଡ଼ ପର୍ବତ ର ଗୁମ୍ଫା ଭିତରେ ତପସ୍ୟା ରେ ବସି ଅନେକ ସାନିଧ୍ୟ ଲାଭ କରିଥିବା ଶୁଣିବାକୁ ମିଳିଥାଏ । କିନ୍ତୁ ବର୍ତମାନ ର ଆଧୁନିକ ଯୁଗରେ ଏମିତି ଦୃଶ୍ୟ ଦେଖିଲେ ସମସ୍ତଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ  ଲାଗିବ ।   ବିଶ୍ୱାସ ଅବିଶ୍ବାସ ବା ଅନ୍ଧବିଶ୍ୱାସ ହେଉ ବା ଆଉ କିଛି ପାଇବା ପାଇଁ ଆଜିବି ମଣିଷ ତପସ୍ୟା ରେ ବସୁଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଗଡ ପର୍ବତ ମାଳା ର ଚେରାଗୁଡା ରେ ।
ପାହାଡ଼ ପର୍ବତ ଭରା ନବରଙ୍ଗପୁର ଜିଲ୍ଲା ର ଉମରକୋଟ ର ପୋଡ଼ାଗଡ ପର୍ବତମାଳା । ଘଂଚ ଜଂଗଲ ଏହାର ସୌନ୍ଦର୍ଯ୍ୟ କୁ ଦି ଗୁଣିତ କରିଛି । ବର୍ତ୍ତମାନ ଏହି ପାହାଡ଼ ନିକଟ ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ଜଣେ ଯୁବତୀ ଗତ ୪ ଦିନ ହେବ ତପସ୍ୟା ରେ ବସି ରହିଛନ୍ତି ।ପୋଡ଼ାଗଡ ରେ ରହିଥିବା ବାବା ଭୋଳନାଥ କୁଆଡେ଼ ତାଙ୍କୁ ସ୍ବପ୍ନାଦେଶ ଦେଇଛନ୍ତି ତପସ୍ୟା କରିବାକୁ । ଗଜ ଲକ୍ଷ୍ମୀ ପୂଜା ର ମଧ୍ୟ ରାତ୍ରୀ ରୁ ଏହି ପାହାଡ଼ ତଳେ ବସି ରହିଛନ୍ତି ମହିଳା ଜନକ । ଚାରି ଦିନ ହେବ କିଛି ଖିଆ ପିଆ ବି କରି ନାହାନ୍ତି । ତପସ୍ୟା ରେ ବସିଥିବା କାରଣ ସେହି ଅଞ୍ଚଳ ର ଜଣେ ମହିଳା ଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଯେ ତପସ୍ୟା ରେ ବସିବା ପରଠାରୁ ସେ ଆଉ କାହା ସହ କଥା ହେଉ ନାହାନ୍ତି । କିଛି ପଚାରିଲେ ମୁଣ୍ଡ ହଲେଇ ମନା କରିଦେଉଛନ୍ତି ।
୨୧ ଦିନ ତପସ୍ୟା ରେ ବସିବେ ବୋଲି କହିଛନ୍ତି । ଯୁବତୀ ଜଣକ ହେଲେ ଉମରକୋଟ ନିକଟସ୍ଥ ଧାମନାଗୁଡ଼ା ଗ୍ରାମ ର କମୁଳୁ କଲର ଙ୍କ ଝିଅ ନିରାବତୀ କଲର, ଯୁବତୀଙ୍କୁ ଦେଖିବାକୁ ଆଖ ପାଖ ଅଞ୍ଚଳ ରୁ ଅନେକ ଲୋକଙ୍କ ସୁଅ ଛୁଟୁଛି । ଯୁବତୀଙ୍କ ନିକଟ ରେ ଏକ ତ୍ରିଶୂଳ ସହ ଶିବ ପାର୍ବତୀଙ୍କ ଫଟୋ ରଖି ଧୂପ ଦେବା ସହ ନଡ଼ିଆ ବି ଭାଙ୍ଗିବା ଦେଖିବାକୁ ମିଳିଛି । ଯୁବତୀ ଜଣକ ରାତି ର ଅନ୍ଧାର ରେ ବି ଭୟ କରୁ ନାହାନ୍ତି । ତାଙ୍କ ନିକଟରେ ଦୈବୀ ଶକ୍ତି ଥିବା ଯୋଗୁଁ ଜଙ୍ଗଲରେ ମହିଳାଙ୍କ କୌଣସି ଅନିଷ୍ଟ ହେଉନି ବୋଲି ଗ୍ରାମବାସୀ ଏହି ତପସ୍ୟା ରେ ସମସ୍ତେ ବିଶ୍ୱାସ କରୁଛନ୍ତି ବୋଲି ଗ୍ରାମର ଜଳନ୍ଧର ଭତ୍ରା, ଚୈନୁ ସିଂ, ଗୁଣ୍ଡିଚା ଭାଟ ପ୍ରମୁଖ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories