www.samajalive.in
Sunday, December 14, 2025
23.1 C
Bhubaneswar

ପାରାଦୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ: ପାରାଦୀପରେ ଗୁରୁବାରଠୁ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ। ଚଳିତବର୍ଷ ସମରାଭ୍ୟାସ ନାମ ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ ରଖାଯାଇଛି। କୋଷ୍ଟର୍ଗାଡ, ନ୍ୟାଭି, ପାରାଦୀପ ପୋର୍ଟ, ବନବିଭାଗ, ମତ୍ସ୍ୟବିଭାଗ, ଓଡିଶା ପୁଲିସ, ରେଲୱେ ସମେତ ୯ରୁ ଊର୍ଦ୍ଧ୍ବ ବିଭାଗକୁ ନେଇଁ ଚାଲିଛି ସମରାଭ୍ୟାସ। ସବୁ ବିଭାଗ ମଧ୍ୟରେ ସମନ୍ବୟ ସହିତ ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ କରାଯାଉଛି ଏହି ସମରାଭ୍ୟାସ।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଉପକୂଳରେ ଏଭଳି ସମରାଭ୍ୟାସ କରାଯାଉଛି। ଚଳିତ ବର୍ଷ ଏହି ସମରାଭ୍ୟାସରେ ଜଣେ ଏଏସପି, ୪ ପ୍ଲାଟୁନ ପୁଲିସ ଫୋର୍ସ, ୪ ଜଣ ଆଇଆଇସି, ୫ ଜଣ ସବ ଇନସପେକ୍ଟର, ୫ ଏସଆଇ, ୨୦ କନ୍ସଟେବଲ, ୨୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି। ଦୁଇଟି ଟିମ୍ ରେଡ୍ ଓ ବ୍ଲୁ ଗଠନ କରାଯାଇ ଗୋଟିଏ ଟିମ୍ ଛଦ୍ମ ବେଶରେ ଉପକୂଳରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଓ ବ୍ଲୁ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ। ଦୁଇଦିନ ଧରି ଚାଲିବ ଏହି ସମରାଭ୍ୟାସ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories