www.samajalive.in
Sunday, December 14, 2025
26.1 C
Bhubaneswar

ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ପାଇଁ ୭ ମାସ ସାମୁଦ୍ରିକ ମାଛ ଧରା ବନ୍ଦ

ଭଦ୍ରକ : ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ନଭେମ୍ବର ମାସ ୧ ତାରିଖଠାରୁ ଆଗାମୀ ୨୦୨୧ ମସିହା ମଇ ମାସ ୩୧ ତାରିଖ ପର୍ଯନ୍ତ ୭ ମାସ ଧରି ସାମୁଦ୍ରିକ ମାଛ ଧରା ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏଥିସକାଶେ ଉଭୟ ଜଳ ଓ ସ୍ଥଳ ଭାଗରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି। ସୁରକ୍ଷା ଦାୟିତ୍ବରେ ପୁଲିସ, ସାମୁଦ୍ରିକ ଥାନା, ତଟରଖି ବାହିନୀ ଓ ବନ ବିଭାଗଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ୬୬୬ ମତ୍ସ୍ୟଜୀବୀ ପରିବାରଙ୍କୁ ସ୍ୱତନ୍ତ୍ର ସହାୟତା ପରିବାର ପିଛା ୭ ହଜାର ୮ ଶହ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ପ୍ରଜନନସ୍ଥଳ ଭାବେ ଚିହ୍ନଟ କରାଯାଇ ମୁହାଣ ଠାରୁ ୨୦ କିମି ବ୍ୟାସର୍ଦ୍ଧ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଏହି କଟକଣା ଜାରି କରାଯାଇଛି।

ଭଦ୍ରକ ଜିଲାର କେବଳ ଧାମରା ଅଞ୍ଚଳରେ ୩ ଶହରୁ ଊର୍ଦ୍ଧ୍ବ ମାଛଧରା ଟ୍ରଲର, ବୋଟ୍‌, ଲଞ୍ଚ୍‌, ବୁଟୁବୁଟି, କାତମରା ଡଙ୍ଗା ମାଛ ଧାରାରେ ନିୟୋଜିତ ଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଏଥିରେ ନିୟୋଜିତ ହୋଇଛନ୍ତି। ଯେଉଁମାନଙ୍କର ଜୀବନଜୀବିକା ହେଉଛି ମାଛଧରା। କୋଭିଡ-୧୯ ଦୁର୍ଦ୍ଦଶାରୁ ମୁକ୍ତି ମିଳି ନଥିବାବେଳେ ମାଛଧରା ଉପରେ ସରକାରଙ୍କ ଏହି କଟକଣା ୧୦ ଲକ୍ଷ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ନିଶ୍ଚିତ ହୋଇଛି। ସରକାର ଜୀବିକା ହରାଉଥିବା ଏହି ମତ୍ସ୍ୟଜୀବୀଙ୍କ ବିକଳ୍ପ ବ୍ୟବସ୍ଥା ନକରି ମାଛଧରା ଉପରେ ଏହି କଟକଣା ଜାରି କରବା ଦୁର୍ଭାଗ୍ୟଜନକ ବୋଲି ମତ୍ସ୍ୟଜୀବୀ ପରିବାର କହିଛନ୍ତି। ସରକାରଙ୍କ ଏହି କଟକଣାକୁ ମାନିବେ ନାହିଁ ବୋଲି କହିଛନ୍ତି ଧାମରା ମତ୍ସ୍ୟଜୀବୀମାନେ।

- Advertisement -

ସରକାରଙ୍କ ଏହି କଟକଣା ନେଇ ଆମପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଜେଟି କର୍ତ୍ତୃପକ୍ଷ। ତଥାପି ସରକାରଙ୍କ ନିର୍ଦେଶ ମିଳିବା ମାତ୍ରେ କଟକଣାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେମାନେ କହିଛନ୍ତି। ଏଠାରେ ଶହେରୁ ଊର୍ଦ୍ଧ୍ବ ଟ୍ରଲର ମାଛ ଧରାରେ ନିୟୋଜିତ ରହିଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଗଭୀର ସମୁଦ୍ରକୁ ଯାଇଥାନ୍ତି ବୋଲି ସେମାନେ କହିଛନ୍ତି। କଟକଣା ଲାଗୁ ହେଲେ ଏହି ଟ୍ରଲରଗୁଡିକ କ୍ଷତିଗ୍ରସ୍ତ ହେବେ। ପରିବେଶ ପ୍ରଦୂଷଣ, ଜାହାଜ ଓ ମାଛଧରା ବୋଟ ମାଡ଼ରେ ପ୍ରତିବର୍ଷ ହଜାର ହଜାର ବିରଳ ସାମୁଦ୍ରିକ କଇଁଛ ଅଲିଭରିଡ଼ଲେଙ୍କ ମୃତ୍ୟୁ ଘଟଣା ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ସକାଶେ ସରକାର ଆଗୁଆ ଏହି କଟକଣା ଜାରି କରିଛନ୍ତି। କେବଳ ମାଛଧରା ନୁହେଁ ଗଭୀର ସମୁଦ୍ରରେ ଜାହାଜ ଚଳାଚଳ ଓ ଉପକୂଳରେ ଥିବା ଧାମରା, ପାରାଦ୍ବୀପ ପ୍ରମୁଖ ୩ଟି ବନ୍ଦରାଞ୍ଚଳରେ କଟକଣା ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ବିଶ୍ୱରେ ଲୋପ ପାଇ ଆସୁଥିବା ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ବଂଶବିସ୍ତାର ସମ୍ଭବ ହୋଇପାରିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories