www.samajalive.in
Saturday, December 13, 2025
26.1 C
Bhubaneswar

ଶୀତରେ ଲଗାନ୍ତୁ ଫୁଲର ଫେସପ୍ୟାକ୍

ଅନ୍ୟ ଋତୁ ତୁଳନାରେ ଶୀତଦିନେ ତ୍ବଚା ଓ କେଶର ଯତ୍ନ ଅଧିକ ନେବା ଜରୁରୀ ହୋଇଥାଏ। ଥଣ୍ଡା ପରିବେଶ କାରଣରୁ ଆମ ତ୍ବଚାରେ ଭାଙ୍ଗ ପଡ଼ିବା, ରୁକ୍ଷ ଲାଗିବା ଇତ୍ୟାଦି ସମସ୍ୟା ଉପୁଜେ। ପାର୍ଲର ଯାଇ ଫେସିଆଲ୍ କିମ୍ବା କୌଣସି ପ୍ୟାକ୍ ଲଗାଇବା ପରିବର୍ତ୍ତେ ଘରେ ହିଁ ତିଆରି କରନ୍ତୁ ଫୁଲର ଫେସପ୍ୟାକ୍। ସପ୍ତାହରେ ୩-୪ଥର ଏସବୁ ପ୍ୟାକ୍ ତ୍ବଚାରେ ଲଗାଇପାରିବେ।

  •  ମନ୍ଦାର ଫୁଲକୁ ଶୁଖାଇ ଗୁଣ୍ଡ କରି ଏୟାର-ଟାଇଟ୍ ଡିବାରେ ଭର୍ତ୍ତି କରନ୍ତୁ। ଫ୍ରିଜ୍‌ରେ ରଖି ୧ ମାସ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ।
  • ଏକ ଛୋଟ ପାତ୍ରରେ ୧ଚାମଚ ମନ୍ଦାର ଫୁଲ ଗୁଣ୍ଡ, ଅଧ ଚାମଚ ଘି-କୁଆଁରୀ ରସ, ଅଳ୍ପ ଦହି, ଅଧ ଚାମଚ ଚାଉଳ ଗୁଣ୍ଡ ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାନ୍ତୁ। ୨୦ ମିନିଟ୍ ପରେ ତ୍ବଚାକୁ ଉଷୁମ ପାଣିରେ ଧୋଇନେବେ। ଏହା ତ୍ବଚା ପାଇଁ ଟାଇଟେନିଂ ମାସ୍କ ଭଳି କାମ କରେ।
  •  ୧୦-୧୫ଟି ଗୋଲାପ ପାଖୁଡ଼ାରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିନେବେ। ଏହି ପ୍ୟାକ୍‌ରେ ଶୁଦ୍ଧ ମହୁ, କଞ୍ଚା ଖିର ଓ ଚିମୁଟାଏ ହଳଦୀ ମିଶାଇ ମୁହଁ, ବେକ, ହାତ ଓ ପାଦରେ ଲଗାଇ ଶୁଖିବା ପରେ ସ୍ନାନ କରନ୍ତୁ। ଶୀତରେ ଏହି ପ୍ୟାକ୍ ତ୍ବଚାକୁ ମଏଶ୍ଚରାଇଜ୍ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
  •  ଗେଣ୍ଡୁ ଫୁଲକୁ ଭଲରେ ଧୋଇ ଏଥିରେ ଅଳ୍ପ କଞ୍ଚା ଖିର ମିଶାଇ ଭଲରେ ବାଟିନେବେ। ସେଥିରେ ଦହି, ଚନ୍ଦନଗୁଣ୍ଡ ୧ ଚାମଚ ମିଶାଇ ପ୍ୟାକ୍ କରି ତ୍ବଚାରେ ଲଗାନ୍ତୁ। ସନ୍-ଟ୍ୟାନ୍ ଦୂର କରିବା ସହ ଶୀତରେ ତ୍ବଚା ରୁକ୍ଷ ହେବାରୁ ଏଇ ପ୍ୟାକ୍ ରକ୍ଷା କରିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories