www.samajalive.in
Sunday, December 14, 2025
26.1 C
Bhubaneswar

ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ନୂଆ ମାମଲା ରୁଜୁ କଲା ପୁଲିସ

ମୁମ୍ବଇ : ମୁମ୍ବଇ ପୁଲିସ ବୁଧବାର ସନ୍ଧ୍ୟାରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ନୂଆ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୫୩, ୫୦୪, ୫୦୬ ଓ ୩୪ରେ ଏହି ମାମଲା ରୁଜୁ ହୋଇଛି। ଡିଜାଇନର ଅନ୍ୟୟ ନାଏକ ଓ ତାଙ୍କ ମା କୁମୁଦ ନାଏକଙ୍କ ଆତ୍ମହତ୍ୟା ଘଟଣାରେ ମୁମ୍ବଇ ପୁଲିସ ବୁଧବାର ସକାଳେ ଅର୍ଣ୍ଣବଙ୍କୁ ଗିରଫ କରିଥିଲା। ରାଇଗଡ ଓ ମୁମ୍ବଇ ପୁଲିସର ମିଳିତ ଅଭିଯାନକ୍ରମେ ଅର୍ଣ୍ଣବଙ୍କୁ ତାଙ୍କ ୱିର୍ଲିସ୍ଥିତ ଘରୁ ଗିରଫ କରାଯାଇଥିଲା।

ଏହି ଗିରଫ ସମୟରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ପୁଲିସକୁ ତାର କାର୍ଯ୍ୟ କରିବାରେ ପ୍ରତିରୋଧ କରିଥିଲେ। ଘର କବାଟ ଖୋଲିବାକୁ ଅର୍ଣ୍ଣବ ପ୍ରଥମେ ପ୍ରତିବାଦ କରିଥିଲେ। ପରେ ପ୍ରାୟ ଏକ ଘଣ୍ଟା ପରେ କବାଟ ଖୋଲିଥିଲେ। କବାଟ ଖୋଲିବା ପରେ ଅର୍ଣ୍ଣବଙ୍କ ପତ୍ନୀ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ଅର୍ଣ୍ଣବଙ୍କ ପତ୍ନୀଙ୍କୁ ପୁଲିସ ଗିରଫ ସମ୍ପର୍କିତ କାଗଜ ଦେଇଥିବାବେଳେ ସେ ଏହାକୁ ଚିରି ଦେଇଥିଲେ ବୋଲି ପୁଲିସ କହିଛି। ଅଲିବାଗ ଏସପି ଅଶୋକ ଧୁବେଙ୍କ ନେତୃତ୍ବରେ ପୁଲିସ ସ୍ବତନ୍ତ୍ର ଟିମ୍ ସକାଳ ୬ଟାରେ ଅର୍ଣ୍ଣବଙ୍କ ଘରେ ପହଞ୍ଚିଥିଲେ। ସମ୍ପୂର୍ଣ୍ଣ ଅଭିଯାନକୁ ଗୁପ୍ତ ରଖାଯାଇଥିଲା। ଏପରିକି ସ୍ଥାନୀୟ ଏନଏମ୍ ଜୋଷୀ ମାର୍ଗ ଥାନା ପୁଲିସ ଏହି ଘଟଣା ସମ୍ପର୍କରେ ଜାଣିପାରି ନଥିଲା। ସ୍ବତନ୍ତ୍ର ଟିମ୍ ଅର୍ଣ୍ଣବଙ୍କ ଘର ନିକଟରେ ପହଞ୍ଚିବା ପରେ ସ୍ଥାନୀୟ ଥାନାକୁ ସୂଚନା ଦିଆଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories