www.samajalive.in
Sunday, December 14, 2025
26.1 C
Bhubaneswar

୪ର୍ଥ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇଁ ପାଣ୍ଡୁଲିପି ଆହ୍ବାନ

ଭୁବନେଶ୍ବର: ଯୁବ ଲେଖକଙ୍କ ପାଇଁ ବହୁ ପ୍ରତୀକ୍ଷିତ ମଞ୍ଚ ଭାବେ ପରିଚିତ ପୁରସ୍କାରର ସମୟ ଆସିଯାଇଛି। ଭୁବନେଶ୍ବରରୁ ଓଡ଼ିଆ ମିଡିଆ ପରିଚାଳିତ ଦେଶର ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଜଣାଶୁଣା ’ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ଏହାର ବାର୍ଷିକ ଯୁବ ଲେଖକ ପୁରସ୍କାର ପାଇଁ ପାଣ୍ଡୁଲିପି ଆହ୍ବାନ କରାଯାଇଛି। ଖୁବ୍‌ ଶୀଘ୍ର ୨୦୨୦ ମସିହା ନିମନ୍ତେ ଯୁବ ଲେଖକ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରସିଦ୍ଧ ଲେଖକ ତଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ୪୦ ବର୍ଷ ବୟସ ଭିତରେ ଯେ କୌଣସି ଭାରତୀୟ ଲେଖକ ସେମାନଙ୍କ ସୃଜନଶୀଳ ଲେଖା ଅଥବା ଗବେଷଣାତ୍ମକ ଲେଖା ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେକକ ପୁରସ୍କାର ୨୦୨୦ ପାଇଁ ଆବେଦନ କରିପାରିବେ। କେବଳ ଓଡ଼ିଆ, ଇଂରାଜୀ ବା ହିନ୍ଦୀ ଭାଷାର ପାଣ୍ଡୁଲିପି ଗ୍ରହଣ କରାଯିବ। ସମ୍ପୂର୍ଣ୍ଣ ପାଣ୍ଡୁଲିପି ଟାଇପ୍‌ସେଟ୍‌ ହୋଇ ପେଜମେକର ଅଥବା ଓ୍ବର୍ଡ ଡକୁମେଣ୍ଟ ଫାଇଲରେ ପେନ୍‌ ଇନ୍‌ ବୁକ୍ସ ଠିକଣାରେ ଅଥବା ମେଲ୍‌ ଆଇଡିରେ ପଠାଇବାକୁ ହେବ। ପାଣ୍ଡୁଲିପି ଆବେଦନ ପ୍ରକ୍ରିୟା ବାବଦରେ ଅଧିକ ଜାଣିବା ପାଇଁ ଆଗ୍ରହୀ ଯୁବଲେଖକ ଙ୍ଗଙ୍ଗଙ୍ଗ.କ୍ଟ୍ରରଦ୍ଭସଦ୍ଭଭକ୍ଟକ୍ଟଳଗ୍ଦ.ମକ୍ଟଜ୍ଞ ଓ୍ବେବ୍‌ସାଇଟ୍‌ ଦେଖିପାରିବେ। ପାଣ୍ଡୁଲିପି ଆବେଦନ କରିବା ବେଳେ ଲେଖକଙ୍କ ଫଟୋ, ଲେଖକଙ୍କ ବିଷୟରେ ଏକ ସଂକ୍ଷିପ୍ତ ସୂଚନା ଓ ଲେଖକଙ୍କ ବୟସ ପ୍ରମାଣପତ୍ର ଯୋଡ଼ିବା ବାଧ୍ୟତାମୂଳକ।

- Advertisement -

ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି ଯେ ୪୦ ବର୍ଷରୁ କମ ବୟସର ଭାରତୀୟ ବିଶେଷ କରି ଓଡ଼ିଶାର ଯୁବଲେଖକମାନଙ୍କୁ ୨୦୧୭ ମସିହା ଠାରୁ ଏହି ପୁରସ୍କାର ଦିଆହୋଇ ଆସୁଛି।. ପ୍ରଥମ ବର୍ଷ କେବଳ ଓଡ଼ିଆ ପାଣ୍ଡୁଲିପି ଗ୍ରହଣ କରାଯାଇଥିବା ବେଳେ ୨୦୧୮ ମସିହାଠାରୁ ହିନ୍ଦୀ ଓ ଇଂରାଜୀ ଭାଷାର ପାଣ୍ଡୁଲିପି ମଧ୍ୟ ଆହ୍ବାନ କରାଯାଉଛି। ଚଳିତ ବର୍ଷର ପୁରସ୍କାର ପାଇଁ ୩୦ ନଭେମ୍ବର ୨୦୨୦ ଭିତରେ ଲେଖକଙ୍କୁ ପାଣ୍ଡୁଲିପି ପଠାଇବାକୁ ହେବ।

ଯୁବ ଓ ପ୍ରତିଭାସମ୍ପନ୍ନ ଲେଖକମାନଙ୍କୁ ବିଶାଳ ପାଠକୀୟ ପୃଥିବୀ ସହ ପରିଚିତ କରାଇବା ଲକ୍ଷ୍ୟରେ ଏହି ପୁରସ୍କାର ଦିଆଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ହସ୍ତଗତ ପାଣ୍ଡୁଲିପି ସବୁ ନଭେମ୍ବର ୩୦ ତାରିଖ ପରେ ଏକ ବିଚାରକ ମଣ୍ଡଳୀ ଦ୍ବାରା ମୂଲ୍ୟାୟନ କରାଯିବ ଓ ତନ୍ମଧ୍ୟରୁ ୧୦ଟି ଶ୍ରେଷ୍ଠ ପାଣ୍ଡୁଲିପି ଚୟନ କରାଯିବ। ଏହି ୧୦ଟି ପାଣ୍ଡୁଲିପିକୁ ପୁସ୍ତକ ଆକାରରେ ପ୍ରକାଶ କରିବା ସହ ଏହାର ଲେଖକମାନଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିବ ପେନ୍‌ ଇନ୍‌ ବୁକ୍ସ।

ଓଡ଼ିଆ ମିଡିଆ ବର୍ଷ ତମାମ୍‌ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ତଥା ପୁରସ୍କାର ପର୍ବ ଆୟୋଜନ କରିଥାଏ। ସେ ସବୁ ମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ହେଲ୍‌ଥ କନକ୍ଲେଭ୍‌ ଓ ଓଡ଼ିଶା ଉତ୍କର୍ଷ ସମ୍ମାନ। ୨୦୦୬ରେ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପୁସ୍ତକ ପ୍ରକାଶନ ପାଇଁ ବିଶ୍ବସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରିଥାଏ। ଏଯାବତ୍‌ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୪୦୦ରୁ ଅଧିକ ବହି ପ୍ରକାଶିତ ହୋଇସାରିଛି। ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇଁ ପାଣ୍ଡୁଲିପି ପଠାଇବାର ଶେଷ ତାରିଖ: ୩୦ ନଭେମ୍ବର ୨୦୨୦ ରହିଛି।

 

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories