www.samajalive.in
Saturday, December 6, 2025
19.1 C
Bhubaneswar

ଗୋଚର ଜମିକୁ ଇଡ଼୍କୋକୁ ହସ୍ତାନ୍ତର ନିଷ୍ପତିକୁ ବିରୋଧ, ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ତହସିଲ୍ ଅନ୍ତର୍ଗତ ବଇଡ଼ା ମୌଜର ଏକ ଗୋଚର ଜମିକୁ ଭୁବନେଶ୍ୱର ସ୍ଥିତ ଇଡ଼୍କୋକୁ ପ୍ରଦାନ ପାଇଁ ଜିଲା ପ୍ରଶାସନ ନେଇଥିବା ନିଷ୍ପତିକୁ ବିରୋଧ କରି ଆଜି ସଂପୃକ୍ତ ଅଞ୍ଚଳର ଅଧିବାସୀ ମାନେ ଜିଲାପାଳ ,ଉପଜିଲାପାଳ ଓ ତହସିଲ୍‌ଦାରଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୋଗ ପ୍ରମୁଖଙ୍କ ପ୍ରଦାନ କରିଛନ୍ତି।  ପ୍ରଶସାନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଏହାକୁ ତିବ୍ର ବିରୋଧ କରିବେ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ପ୍ରକାରେ, ବଇଡ଼ା ମୌଜାର ଖାତା ନମ୍ବର ୧୦୩(ରକ୍ଷିତ) ଓ ପ୍ଳଟ ନମ୍ବର ୫୨ରେ ଥିବା ୨.୪୯୪ ହେକ୍ଟର ଜମି ଗୋଚର ସମ୍ପତି ଅଟେ। ଉକ୍ତ ଗୋଚର ଜମି ଉପରେ ଗ୍ରାମର ପୂର୍ବ ପୁରୁଷାନୁକ୍ରମେ ଗାଈ , ଛେଳି ଓ ମେଣ୍ଢା ଚରାଇବା ସହିତ ଉପରୋକ୍ତ ଜମିରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା ମଧ୍ୟ କରି ଆସୁଛନ୍ତି। ବର୍ତ୍ତମାନ ଉକ୍ତ ଭୂ ସମ୍ପତି ଉପରେ ପ୍ରଶାସନ ଆଖି ପକାଇ ତାହାକୁ ଭୁବନେଶ୍ୱର ସ୍ଥିତ ଇଡ଼କୋକୁ ହସ୍ତାନ୍ତର ପାଇଁ ପଦଡେକ୍ଷପ ନେବା ଆରମ୍ଭ କରିଛନ୍ତି। ଏପରିକି ଏନେଇ ସ୍ଥାନୀୟ ଗଂଜୁଗୁଡ଼ା ସରପଂଚଙ୍କ ମଧ୍ୟ ନୋଟିସ୍ ଜାରି କରାଯାଇ ଏନେଇ ଅବଗତ କରାଯାଇଥିବାର ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏଭଳି ସ୍ଥଳେ ଉକ୍ତ ଜମିକୁ ଇଡ଼କୋକୁ ହସ୍ତାନ୍ତର ନକରିବା ପାଇର୍ ଗ୍ରାମବାସୀ ମାନେ ଦାବିକରି ଆଜି ଏହି ଦାବିପତ୍ର ପ୍ରଦାନ କରିବା ସହିତ ଉକ୍ତ ଜମିକୁ ଗ୍ରାମବାସୀଙ୍କ ହକ୍ , ସତ୍ୱ ଓ ଦାବି ଓ ଅଧିକାରୀ ସାବ୍ୟସ୍ତ କରିବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି। ପୂର୍ବତନ ଗୁଦାରି ସରପଂଚ ଗୀତାଞ୍ଜଳୀ କହଁରଙ୍କ ନେତୃତ୍ୱରେ ଗ୍ରାମର ଉମା ଚରଣ କହଁର , ବିଶ୍ୱାମିତ୍ର ଦିଗାଲ , ୱାର୍ଡ଼ ମେମ୍ବର ମାନସୀ କହଁର , ଜଳନ୍ଧର କହଁର , ଚକ୍ରମଣି କହଁର , ନିରଜଂନ ପ୍ରଧାନ , ସଂଜୟ କହଁର , ସୁଶାନ୍ତ ଗୌଡ଼ଭଳି ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories