www.samajalive.in
Wednesday, December 10, 2025
18.1 C
Bhubaneswar

ଆରମ୍ଭ ହେବ ‘ଓଡ଼ିଶା-ୱାନ୍‌ ପୋର୍ଟାଲ୍‌’, କ୍ରୀଡ଼ାବିତ୍‌ ପାଇପାରିବେ ଅନ୍‌ଲାଇନ୍‌ ସେବା

ଭୁବନେଶ୍ୱର: ଆଜି ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଡାଟା ସେଣ୍ଟର, ଷ୍ଟେଟ୍‌ ଡାସବୋର୍ଡ ଏବଂ ସମସ୍ତ ଜନକଲ୍ୟାଣ ସେବା ଗୋଟିଏ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଜରିଆରେ ଉପଲବ୍ଧ ହେବାଭଳି ୱେବ୍‌‌ ପୋର୍ଟାଲ୍‌ ‘ଓଡ଼ିଶା-ୱାନ୍‌’ ଆରମ୍ଭ ହେବ। ଏହା କିଭଳି ଶୀଘ୍ର ଲୋକାର୍ପଣ ହେବ ସେଥିନେଇ ଆଲୋଚନା ହୋଇଥିଲା। ଏଥିସହିତ ବୁକିଂ ସୁବିଧା, େୱଟେଜ୍‌ ସାର୍ଟିଫିକେଟ୍‌, କ୍ରୀଡାବିତ୍‌ଙ୍କ ପରିଚୟ ପତ୍ର ଏବଂ ଅଭାବି କ୍ରୀଡାବିତ୍‌ଙ୍କ ପେନ୍‌ସନ୍‌ ଆଦି ଯୋଜନା ଅନ୍‌ଲାଇନ ଜରିଆରେ ସେବା ଯୋଗାଇଦେବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱ ଦେଇଥିଲେ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ କ୍ରୀଡାକୁ ବାଧ୍ୟତାମୂଳକ ବିଷୟରେ ସାମିଲ କରିବା ନେଇ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିଭାଗୀୟ ଶାସନ ସଚିବ ବିଶାଲ୍‌ କୁମାର ଦେବ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲେ। ଏଥିସହିତ ନିକଟରେ ପ୍ରତିଷ୍ଠା ହୋଇଥିବା ହାଇପର୍ଫରମାନ୍ସ୍‌ ସେଣ୍ଟରଗୁଡିକର କାର୍ଯ୍ୟକାରିତା ନେଇ ମନ୍ତ୍ରୀ ଶ୍ରୀ ବେହେରା ସଚିବ ଶ୍ରୀ ଦେବଙ୍କ ସହିତ ବିଷଦ ଆଲୋଚନା କରିଥିଲେ।
ସେହିପରି ମନ୍ତ୍ରୀ ଶ୍ରୀ ବେହେରା ଇଲୋକେଫ୍ରାନିକ୍ସ୍‌ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର ଏବଂ ଓକାକ୍‌ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ସହିତ ଏକ ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା କେଭିଡ୍‌ ମ୍ୟାନେଜ୍‌ମେଣ୍ଟ, କଲ୍‌ସେଣ୍ଟରର କାର୍ଯ୍ୟକାରିତା, ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା କୋଭିଡ୍‌ ଆକ୍ରାନ୍ତଙ୍କ ନିୟମିତ ସ୍ୱାସ୍ଥ୍ୟ ତଦାରଖ ବିଷୟରେ ସମୀକ୍ଷା କରିଥିଲେ। କ୍ରୀଡା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ ନୂଆ କ୍ରୀଡାନୀତିର ଶୀଘ୍ର ପ୍ରଣୟନ ଉପରେ ଆଲୋଚନା ହୋଇଥିଲା।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories