www.samajalive.in
Monday, December 8, 2025
13.1 C
Bhubaneswar

ସାରୁଅ ଜମି ଦୁର୍ନୀତି ମାମଲା : ଓଡ଼ିଶା ଇନ୍‍ଫ୍ରାଟେକ୍‍ର ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ୍‍ ସାରୁଅ ଗ୍ରାମର ଅନୁସୂଚିତ ଜାତିର ଏକ ଜମି ଦୁର୍ନୀତି ମାମଲାର ତଦନ୍ତ କରୁଥିବା କ୍ରାଇମ୍‍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁୁ) ଓଡ଼ିଶା ଇନ୍‍ଫ୍ରାଟେକ୍‍ ପ୍ରାଇଭେଟ୍‍ ଲିମିଟେଡ (ଓଆଇପିଏଲ୍‍)ର ଜଣେ ପ୍ରତିନିଧି ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ନିର୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ଜମି ଦୁର୍ନୀତିରେ ଗିରଫଦାରି ବଢ଼ିବା ଆଶା କରାଯାଉଛି। ଗତକାଲି ଶିବପ୍ରସାଦଙ୍କୁ ଅଟକ ରଖି ଇଓଡବ୍ଲ୍ୟୁ ପକ୍ଷରୁ ପଚରାଉଚରା କରାଯାଉଥିଲା।

କ୍ରାଇମ୍‍ବ୍ରାଞ୍ଚ ମିଳିଥିବା ସୂଚନା ଅନୁସାରେ ଓଆଇପିଏଲ୍‍ ୨୦୧୦ରୁ ୨୦୧୩ ମଧ୍ୟରେ ସାରୁଅ ଅଞ୍ଚଳରେ କେତେକ ଜମି କିଣିବା ସମୟରେ ଶିବପ୍ରସାଦ ଏକ ଏଜେଣ୍ଟ ଭାବେ କାର୍ୟ୍ୟ କରୁଥିଲେ। ଅନୁନ୍ନତ ଅନୁସୂଚିତ ଜାତିର ଲୋକଙ୍କୁ ଯୋଗାଯୋଗ କରି ସେମାନଙ୍କଠାରୁ ଜମି ଖର୍ଦିବିକ୍ରି କିଭଳି ହେବ ସେନେଇ ମାଧ୍ୟମ ସାଜିଥିଲେ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories