www.samajalive.in
Thursday, December 11, 2025
18.1 C
Bhubaneswar

ସ୍କୁଟି ଡିକିରୁ ଲକ୍ଷାଧିକ ଟଙ୍କା ଲୁଟ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧି ଛକରେ ସୋମବାର ଜଣେ ବ୍ୟକ୍ତିଙ୍କ ସ୍କୁଟିରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି । ଏମସିଏଲରୁ ସେବାନିବୃତ ହୋଇଥିବା ଝାରସୁଗୁଡା ହଂସାମୁରା କଟାପାଲିର ଜୈନିକ ବ୍ୟକ୍ତି ଗାନ୍ଧିଛକର ଏକ ବ୍ୟାଙ୍କରୁ ମଧ୍ୟାହ୍ନ ୧୨ଟାରେ ୩ ଲକ୍ଷ ୧୦ ହଜାର ଟଙ୍କା ଉଠାଣ କରିଥିଲେ । ବ୍ୟକ୍ତି ଜଣକ ନିଜ ପକେଟରେ ୧୦ ହଜାର ଟଙ୍କା ରଖି ବାକି ୩ ଲକ୍ଷ ଟଙ୍କାକୁ ସ୍କୁଟି ଡିକିରେ ରଖି ରାଜପୁର ରାସ୍ତାରେ ଥିବା ଏକ ଦୋକାନକୁ କିଣିବାକୁ ଯାଇଥିଲେ । ହେଲେ ଲୁଟେରା ଏହି ମୌକାର ଫାଇଦା ଉଠାଇ ସ୍କୁଟିର ଡିକି ଖୋଲି ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ହୋଇଯାଇଥିଲେ। ଅଭିଯୋଗ ପରେ ପୁଲିସ ସ୍ଥାନୀୟ ଅଂଚଳର ସମସ୍ତ ସିସି ଟିଭି ଯାଞ୍ଚ କରିବା ସହିତ ମାମଲାର ତଦନ୍ତ ଜାରି ରଖିଥିବା ବ୍ରଜରାଜନଗର ଆଇଆଇସି ନଳିତାମୋଦି ସୂଚନା ପ୍ରଦାନ କରିଛନ୍ତି । ଅପରପକ୍ଷେ ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ସ୍କୁଟି ଡିକିରୁ ଆଖି ପିଛୁଳାକେ ଟଙ୍କା ଲୁଟ କରୁଥିବା ସିସି ଟିଭିରେ କଏଦ୍ ହୋଇଥିବା ଖବର ମିଳିଛି। ଅନ୍ୟ ପଟେ ଦୁର୍ବୃତ୍ତମାନେ ବ୍ୟକ୍ତି ଜଣକୁ ବ୍ୟାଙ୍କ ଭିତରୁ ଟଙ୍କା ଉଠାଣ ପରେ ପିଛା କରିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories