www.samajalive.in
Wednesday, December 10, 2025
14.1 C
Bhubaneswar

ଜୁଆ ଆଡ୍ଡାରେ ପୁଲିସ ଚଢଉ: ୧୯ ଗିରଫ, ୬୦ ହଜାର ଟଙ୍କା ସହ ୫ଟି ବାଇକ

ଲଖନପୁର/ବେଲପାହାଡ଼: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଏକ କୁକୁଡ଼ା ଫାର୍ମରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ରେଙ୍ଗାଲି ପୁଲିସ ଚଢ଼ଉ କରି ଘଟଣା ସ୍ଥଳରୁ ୧୯ ଜୁଆଡ଼ିଙ୍କୁ ଗିରଫ କରିଥିବା ଘଟଣା ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ଜୁଆ ଆଡ୍ଡାରୁ ଅଭିଯୁକ୍ତଙ୍କ ଠାରୁ ୬୦ ହଜାର ୧୦ ଟଙ୍କା ସହିତ ୫ଟି ବାଇକ, ୧୯ଟି ମୋବାଇଲ ଫୋନ, ୩ ପ୍ୟାକେଟ ତାସ ଆଦି ଜବତ କରିଥିବା ପୁଲିସ ପ୍ରକାଶ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣ ପଡ଼ୋଶୀ ଛତିଶଗଡ଼ର ଓ ଅନ୍ୟ ୧୫ ଜଣ କନକୋତାରା ଗ୍ରାମର ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କନକତୋରା ଗ୍ରାମର ଚନ୍ଦ୍ର ଶେଖର ମେହେରଙ୍କ କୁକୁଡ଼ା ଫାର୍ମରେ ଏହି ଜୁଆ ଖେଳ ଚାଲିଥିଲା । ପୁଲିସ କୌଣସି ସୂତ୍ରରୁ ଖବର ପାଇ ଏସପି ରାହୁଲ ପି.ଆର୍‌ଙ୍କ ନିର୍ଦେଶକ୍ରମେ ଅତର୍କିତ ଭାବରେ ଚଢ଼ାଉ କରିଥିଲା । ଜୁଆ ଖେଳରେ ମଶଗୁଲ୍ ଥିବା ସମସ୍ତ ୧୯ ଜଣ ଜୁଆଡ଼ି ପୁଲିସ ଚଢ଼ଉ ସମ୍ପର୍କରେ ଜାଣିନପାରି ଧରା ପଡ଼ିଥିଲେ ।
ଏନେଇ ରେଙ୍ଗାଲି ପୁଲିସ କେସ ନମ୍ବର ୨୦୬/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଗିରଫ ୧୯ ଜଣ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଥିବା ପୁଲିସ ପ୍ରକାଶ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କନକତୋରା ଅଞ୍ଚଳର ସଞ୍ଜୟ ମେହେର(୩୪), ଜୀବର୍ଦ୍ଧନ କଲ୍ୟାରି(୩୯), ତପନ ମେହେର(୪୦), ସୁନୀଲ ମେହେର(୩୨), ଗଜାନନ ଭୋଇ(୪୫), ବୁଦ୍ଧଦେବ ମେହେର(୨୮), ଅନୀଲ ମେହେର(୩୯), ବିଜୟ ମେହେର(୩୨), କହ୍ନେଇ ସାହୁ(୪୦), ପିଣ୍ଟୁ ମେହେର(୨୭), ପଦ୍ମଲୋଚନ ମେହେର(୪୫), ବିଦ୍ୟାଧର ନାଏକ(୨୨), ମନୋଜ ମେହେର(୨୩), ଉମେଶ ଗିରି(୩୨), ଚନ୍ଦ୍ରଶେଖର ମେହେର(୪୮), ଛତିଶଗଡ଼ ଅଞ୍ଚଳର ସତୀଶ ଗୁପ୍ତା(୩୪), ଅବଧେଶ ଖଡ଼ିଆ(୨୭), ଟୁକେଶ୍ବର ନିଷାଦ(୩୦) ଓ ବଲଦେବ ଯାଦବ(୨୬)।

- Advertisement -

ପ୍ରକାଶ ଥାଉକି, ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଭାବରେ ବିଭିନ୍ନ ପୂଜା ପାର୍ବଣ ସମୟର ଫାଇଦା ଉଠାଇ ଜୁଆଡ଼ିମାନେ ଜୁଆ ଖେଳୁଛନ୍ତି।
ଏହି କ୍ରମରେ ଗତ କିଛି ଦିନ ପୂର୍ବରୁ ଲଖନପୁର ବ୍ଲକ ଦେଓପାଲି ଓ ପଡ଼ୋଶୀ ସୁନ୍ଦରଗଡ଼ ଜିଲା ଜୁଲୁମବାହାଲ ଅନ୍ତର୍ଗତ ନକାଡେରା ସୀମା ଅଞ୍ଚଳରେ ଥିବା ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ପୂଜା ସମୟରେ କିଛି ଜୁଆଡ଼ି ସେଠାରେ ଜୁଆ ଖେଳୁଥିବା ସମୟରେ ରେଙ୍ଗାଲି ପୁଲିସ ଚଢ଼ଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିନଗଦ ୪ହଜାର ୪ଶହ ୪୦ ଟଙ୍କା, ଜୁଆ ଖେଳ ପାଇଁ ବ୍ୟବହୃତ ଘୁଡ଼ଘୁଡ଼ି ପଟି, ଗୋଟି ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଥିଲା । ଜୁଆ ଖେଳକୁ ରୋକିବା ପାଇଁ ପୁଲିସ ବିଭିନ୍ନ ଜୁଆ ଆଡ୍ଡାରେ ନିୟମିତ ଚଢ଼ଉ କରି ଜୁଆଡ଼ିଙ୍କୁ ଗିରଫ ଜାରି ରଖିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories