ପୁରୀ : ପୁରୀ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଏକ ସ୍ବଚ୍ଛତା ଲୋଗୋ ଉନ୍ମୋଚିତ ହୋଇଛି। ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ରବିବାର ଏହାକୁ ଉନ୍ମୋଚନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବଲୱନ୍ତ ସିଂହ, ନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ ଓ ଉପ ଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



