www.samajalive.in
Thursday, December 11, 2025
15.1 C
Bhubaneswar

ଅପହରଣ କରିନେଉଥିବା ଯୁବକକୁ ଉଦ୍ଧାର କଲେ ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନର ସଦସ୍ୟ

ରାଜନଗର: କେନ୍ଦ୍ରାପଡ଼ା ଜିଲା  ତାଳଚୁଆ ରାଜନଗର ରାସ୍ତାରୁ ରବିବାର ଏକ ଅଜଣା ଗାଡିରେ ୪ ଜଣ ସନ୍ଧିଗ୍ଧ ବ୍ୟକ୍ତି ତାଳଚୁଆର ଜଣେ ବ୍ୟକ୍ତିକୁ ଜୋର୍ ଜବରଦସ୍ତ ଉଠାଇ ନେଇଯାଉଥିବା ସମୟରେ କୌଣସି ମତେ ଖବର ପାଇ ତାଲଚୁଆ ଥାନା ଷ୍ଟାଫ୍ ଅଭିଜିତ ଦାସ ସହିତ ବିଜୁ ଯୁବ ବାହିନୀ ଓ ରାହା ଫାଉଣ୍ଡେସନର ସଦସ୍ୟ ରବୀନ୍ଦ୍ର ସିଂ , ଯଶବନ୍ତ ସିଂ, ପବିତ୍ର କରଣ , ଶୁଭ୍ରାଂଶୁ ଶେଖର ସ୍ୱାଇଁ , କୌଶଳ କରି ଜୀବନକୁ ବାଜି ଲଗାଇ ସେମାନଙ୍କୁ କାବୁ କରିବିରା ସଫଳ ହୋଇଛନ୍ତି। ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏଥିସହ ୪ ଜଣ ସନ୍ଧିଗ୍ଧ ବ୍ୟକ୍ତିଙ୍କ ପାଖରୁ ୫ ଟି ଖଣ୍ଡା , ଗୋଟିଏ ବନ୍ଧୁକ , ଲଙ୍କା ଗୁଣ୍ଡ ସହ ରସି ହକି ବାଡ଼ି ଜବତ କରି ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ ଜଣାଇଥିଲେ। ଶ୍ରୀ ବାରିକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସନ୍ଧିଗ୍ଧ ବ୍ୟକ୍ତି ମାନଙ୍କୁ ଗିରଫ କରି ଥାନାକୁ ନେଇଥିଲେ। ୪ ଜଣଙ୍କ ଘର ଆଳି ଓ ପଟ୍ଟାମୁଣ୍ଡାଇ ଅ଼ଞ୍ଚଳରେ ଜଣାପଡିଛି। ଏପରି ଏକ ଦୁଃସାହସିକ କାର୍ଯ୍ୟ ପାଇଁ ଅଭିଜିତ ଦାସ ଓ ବିଜୁ ଯୁବବାହିନୀ ଓ ରାହା ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

ଅପହରଣଙ୍କ କବଳରୁ ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣଙ୍କ ସାରାଜେନ୍ଦ୍ରପୁର ଗ୍ରାମର ରଞ୍ଜନ ଗିରି ବୋଲି ଜଣାପଡ଼ିଛି। ଅପହରଣ କରି ନେଉଥିବା  ୪ ଜଣ ସନ୍ଧିଗ୍ଧ ବ୍ୟକ୍ତି ହେଲେ ଆଳି ଥାନା ପଦ୍ମପୁର ଗ୍ରାମର ସାମସଦ ଖାଁ ଓ ସେକ ନାଜିର। ବୁଲୁ ଖାଁ ଆଳି ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମର ଏବଂ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଖରିଆପଡା ଗ୍ରାମର ଫଇଜୁଲ ଖାଁ। ସମସ୍ତ ୪ଜଣଙ୍କୁ ସାମୁଦ୍ରିକ ଥାନା ପୁଲିସ ଅଟକ ରଖି ପଚରା ଉଚରା କରୁଛି। ଅପହରଣ ହୋଇଥିବା ସାରାଜେନ୍ଦ୍ରପୁର ଗ୍ରାମର ରଞ୍ଜନ ଗିରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏମାନେ ନକଲି ଟଙ୍କା କାରବାର ସହ ଚୋରା ମୂର୍ତ୍ତି ଚାଲାଣରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories