ରାଷ୍ଟ୍ରୀୟ ଏକତା ଦିବସ ; ବିବିଧତାରେ ଏକତା ଆମର ପରିଚୟ- ମୋଦୀ

ଗୁଜରାଟ : ଆଜି ରାଷ୍ଟ୍ରୀୟ ଏକତା ଦିବସ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଗୁଜରାଟର କେୱଡିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିରେ ମୋଦୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରେଡରେ ସାମିଲ ହୋଇଛନ୍ତି। ଏହାସହ ଏହି ଅବସରରେ ମୋଦୀ ଉଦବୋଧନ ମଧ୍ୟ ଦେଇଛନ୍ତି।
ପ୍ରଥମେ ମୋଦୀ ଦେଶବାସୀଙ୍କୁ ପ୍ରଣାମ ଜଣାଇବା ସହ କରୋନା ମୁକାବିଲାରେ ଦେଶବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। କରୋନା ସମ୍ପୂର୍ଣ୍ଣ ବିଶ୍ୱର ମାନବ ଜୀବନକୁ ପ୍ରଭାବିତ କରିଛି। କିନ୍ତୁ କରୋନା ବିପକ୍ଷରେ ସାରା ଦେଶ ଏକଜୁଟ ହୋଇଛି। ଦେଶର ୧୩୦ କୋଟି ଜନତା ଏକଜୁଟ ହୋଇ ଲଢୁଛନ୍ତି। କରୋନା ଯୋଦ୍ଧାଙ୍କ ବଳିଦାନକୁ ଦେଶ କେବେ ବି ଭୁଲିବେନି।
ଏହାସହ ମୋଦୀ ଆହୁରି କହିଛନ୍ତି , ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ଭାରତ ସୀମାରେ ଶହ ଶହ କିଲୋମିଟର ସଡକ ନିର୍ମାଣ କରୁଛି। ଶତ୍ରୁକୁ ମୁହଁତୋଡ ଜବାବ ଦେବାର ଶକ୍ତି ଆମ ପାଖରେ ଅଛି। ଭାରତର ଭୂମି ଉପରେ ଆଖି ପକାଇଲେ ଉଚିତ ଜବାବ ମିଳିବ। ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବଡ ଚିନ୍ତାର ବିଷୟ। ଆତଙ୍କବାଦ ବିରୋଧରେ ପୂରା ବିଶ୍ୱକୁ ଏକଜୁଟ ହେବାକୁ ପଡିବ। ବିବିଧତାରେ ଏକତା ଆମର ପରିଚୟ। ଏହି ଏକତାକୁ ଭାଙ୍ଗିବାକୁ କିଛି ଶକ୍ତି ଅହରହ ଉଦ୍ୟମ କରୁଛନ୍ତି। ଏକତା ହିଁ ଆମକୁ ଅପରାଜେୟ , ଅସାଧାରଣ, ଅଦ୍ୱିତୀୟ କରିଛି। ଏହାସହ ଏହି ପ୍ରସଙ୍ଗରେ ମୋଦୀ ପୁଲୱାମା ପ୍ରସଙ୍ଗ  ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି, ଦେଶବାସୀ କେବେ ବି ପୁଲୱାମା ଆକ୍ରମଣ ଭୁଲି ପାରିବେନି। କିଛି ବ୍ୟକ୍ତି ପୁଲୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। କେତେକ ବିରୋଧୀ ଦଳ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ।

Comments are closed.