www.samajalive.in
Monday, December 8, 2025
24.1 C
Bhubaneswar

ତେଜପତ୍ର ମଟନ ତରକାରୀ 

ଆବଶ୍ୟକ ସାମଗ୍ରୀ
ମଟନ -୫୦୦ ଗ୍ରାମ
ତେଜପତ୍ର – ୪ଟି
କଟା ପିଆଜ – ୨ଟି
ବଟା ହୋଇଥିବା- ପିଆଜ,ଅଦା,ରସୁଣ
କଟା ଆଳୁ – ୨ଟି
ତେଲ – ୭ରୁ ୮ ଚାମଚ
ଚିନି – ଅଳ୍ପ
ଗୋଟା ମସଲା – ୩ଟି ଲବଙ୍ଗ
୩ଟି – ଗୁଜୁରାତି
୩ଟି – ଡ଼ାଲଚିନି
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ମିଟ୍‍ ମସଲା – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ସାମାନ୍ୟ ହଳଦୀ ପକାଇ ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କୁକର ବସାନ୍ତୁ। ଏଥିରେ ତେଲ ଗରମ କରି ଆଳୁ ଭାଜନ୍ତୁ। ଆଳୁ ଭାଜି ହେବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି କଡ଼େଇରେ ସାମାନ୍ୟ ଚିନି ଓ ତେଜପତ୍ର ପକାନ୍ତୁ। ଏହା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦା,ରସୁଣ,ପିଆଜ ବଟା ପକାନ୍ତୁ। ଏବେ ଏଥିରେ ରଖିଥିବା ମଟନ, ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଲୁଣ, ପକାଇ ଭଲ ଭାବେ କଷନ୍ତୁ। କଷି ହେବା ପରେ ଭଜା ହୋଇରହିଥିବା ଆଳୁ, ମିଟ ମସଲା ପକାଇ ଏଥିରେ ପାଣି ଦିଅନ୍ତୁ ଓ କୁକର ଘୋଡ଼ଣୀ ଦେଇ ୨ରୁ ୩ଟି ସିଟି ହେବା ପରେ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏବେ ଲବଙ୍ଗ, ଗୁଜୁରାତି,ଡ଼ାଲଚିନିକୁ ଛେଚି ଦିଅନ୍ତୁ ଓ ପ୍ରସ୍ତୁତ କରି ରଖିଥିବା ମଟନ ତରକାରୀରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କିଛି ସମୟ ରଖିବା ପରେ ଗରମାଗରମ ଖାଆନ୍ତୁ ତେଜପତ୍ର ମଟନ ତରକାରୀ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories