www.samajalive.in
Saturday, December 13, 2025
26.1 C
Bhubaneswar

ସାମ୍ବାଦିକ ଭୂମିକାରେ ନଜର ଆସିବେ ଶାହରୁଖ

ମୁମ୍ବଇ : ବଲିଉଡ଼ର କିଙ୍ଗ ଖାନ୍ ଶାହରୁଖ ଖାନ୍‍ଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଟିଭି ସାମ୍ବାଦିକ ଭୂମିକାରେ ଦେଖାଦେବେ । ସବୁଠାରୁ ମଜାଦାର ଖବର ହେଉଛି ଏହି ଚଳଚ୍ଚିତ୍ରଟି ବଲିଉଡର ଜଣାଶୁଣା ମୁହଁ ଆର ମାଧବନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବ। 

ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ମହାକାଶ ବିଜ୍ଞାନୀ ନାମ୍ବି ନାରାୟଣନଙ୍କ ବାୟୋପିକ ହେବ। ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଆର୍ ମାଧବନ୍ ପ୍ରଥମ ଥର ପାଇଁ ନିର୍ଦେଶନା ଦୁନିଆରେ ପାଦ ଦେଉଛନ୍ତି।

- Advertisement -

ଶାହରୁଖ ଖାନଙ୍କ ଶେଷ ଚଳଚ୍ଚିତ୍ର ଜିରୋ ୨୦୧୮ରେ ମୁକ୍ତିଲାଭ କରିଥିଲା। ଆନନ୍ଦ ରୟଙ୍କ ଏହି ଫିଲ୍ମରେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍ ତାଙ୍କ ସହ ନଜର ଆସିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories