www.samajalive.in
Monday, December 8, 2025
13.1 C
Bhubaneswar

ବୁମରାଙ୍କ ଘାତକ ବୋଲିଂ: ୧୬୪ରେ ଅଟକିଲା ରୟାଲ ଚ୍ୟାଲେଞ୍ଜର, ମୁମ୍ବାଇ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ବୁଧବାର ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ମୁମ୍ବଇ ପାଇଁ ୧୬୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଆରସିବି ପାଳିକୁ ୧୬୪ ରନରେ ସୀମିତ ରଖିଥିଲା । ବୁମରା ୩ଟି ୱିକେଟ ହାସଲ କରିଥିଲେ ।

ଆରସିବି ପକ୍ଷରୁ ଦେବଦତ୍ତ ପାଡିକଲ ୭୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଜୋସ୍ ଫିଲିପ୍ ୩୩ ରନ କରିଛନ୍ତି। ଏହି ମ୍ୟାଚ୍‌ର ଯେଉଁ ଦଳ ଜିତିବ ପ୍ଲେଅଫ୍‌ରେ ଜାଗା ସୁନିଶ୍ଚିତ ହୋଇ ପାରିବ।ମୁମ୍ବଇ ଇଣ୍ଡିଆନ୍‌ସ ୧୧ଟି ମ୍ୟାଚରୁ ୭ଟି ବିଜୟ, ୪ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳ ହାତରେ ଆଉ ୩ଟି ଲିଗ୍‌ ମ୍ୟାଚ ବାକି ରହିଥିବାବେଳେ ପ୍ଳେ ଅଫ ନେଇ ଗୋଟିଏ ଏକାନ୍ତ ବିଜୟ ଆବଶ୍ୟକତା ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିିତିରେ ଦଳ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିବାବେଳେ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ଦୟନୀୟ ପରାଜୟ ବରଣ କରିଥିଲା।ସେହିପରି ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୧ଟି ମ୍ୟାଚରୁ ୭ଟି ବିଜୟ ଓ ୪ଟି ପରାଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଦଳ ପ୍ଳେ ଅଫ ପ୍ରବେଶ ନିଶ୍ଚିତ କରିବା ନେଇ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷ ମ୍ୟାଚ ଉପରେ ନଜର ରଖିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories