www.samajalive.in
Wednesday, December 10, 2025
14.1 C
Bhubaneswar

ଶତ୍ରୁ କବଳରୁ ଦେଶକୁ ବଞ୍ଚାଇବା ଲାଗି ବନ୍ଧୁକ ଧରି ଯୁଦ୍ଧଭୂଇଁରେ ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଗତ କିଛିଦିନ ହେବା ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଚାଲିଛି ଯୁଦ୍ଧ । ଏଥିରେ ଉଭୟ ପକ୍ଷର  ପ୍ରାୟ ୫ ହଜାର ବେସାମରିକ ଲୋକଙ୍କ ସହ ବହୁ ସେନା ମୃତ୍ୟୁବରଣ କରିଛନ୍ତି । କେବଳ ଆର୍ମେନିଆର ୨ ହଜାର ଲୋକ ଯୁଦ୍ଧ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଏହି ସ୍ଥିତିରେ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନିଆନଙ୍କ ପତ୍ନୀ ଆନ୍ନା ବନ୍ଧୁକ ଧରି ଦେଶର ସେନାଙ୍କ ସହ ଯୁଦ୍ଧଭୂଇଁରେ ଲଢ଼ିବାକୁ ପହଞ୍ଚିଛନ୍ତି । ଅକ୍ଟୋବର ୨୭ରୁ ତାଙ୍କର ତାଲିମ ଆରମ୍ଭ ହୋଇଛନ୍ତି ଓ ୧୩ ଜଣିଆ ମହିଳା ସେନା ଦଳର ​‌ଆନ୍ନା ନେତୃତ୍ଵ ନେଉଛନ୍ତି ।

- Advertisement -

ଆନ୍ନାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଆନ୍ନା ଭାଚିକି ହାକୋବିୟାନ୍ । ଯୁଦ୍ଧଭୂଇଁକୁ ଯିବା ସମ୍ପର୍କରେ ଆନ୍ନା ଫେସବୁକରେ ଲେଖିଛନ୍ତି, ୧୩ ଜଣ ମହିଳା ସୈନିକ ମୋ ସହିତ ସେନା ତାଲିମ ନେବାକୁ ଯାଉଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ, ଆମେ ସୀମା ରକ୍ଷା କରିବାରେ ସାହାଯ୍ୟ କରିବାକୁ ଯିବୁ । ଆମେ କିମ୍ବା ଆମ ଦେଶ ଶତ୍ରୁ ନିକଟରେ କେବେ ହେଲେ ମୁଣ୍ଡ ନୁଆଇଁବୁ ନାହିଁ ।

ଆନ୍ନା ଜଣେ ସାମ୍ବାଦିକ ଏବଂ ଆର୍ମେନିୟମ୍ ଟାଇମ୍ସ ଖବରକାଗଜର ମୁଖ୍ୟ ସମ୍ପାଦକ।  ଅଗଷ୍ଟ ପରଠାରୁ ଏହା ଆନ୍ନାଙ୍କର ଦ୍ୱିତୀୟ ଯୁଦ୍ଧ ତାଲିମ । ଏହାପୂର୍ବରୁ ଆନ୍ନା ଏବଂ  ୩ ଜଣ ମହିଳାଙ୍କୁ ସାତ ଦିନ ଶାରୀରିକ ଏବଂ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଇଥିଲା। ନିକଟରେ ଆନ୍ନାଙ୍କ କାଲାଶନିକୋଭ ଏକ ସ୍ୱୟଂଚାଳିତ ରାଇଫଲ ଧରିଥିବାର ଛବି ଭାଇରାଲ ହୋଇଛି ।  ଆନ୍ନା ୨୦୧୮ ରେ ଜଣେ ଶାନ୍ତି ରକ୍ଷାକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସେ ଆଜେରବାଇଜାନର ମହିଳାମାନଙ୍କୁ ଶାନ୍ତି ପାଇଁ ନିବେଦନ କରିଥିଲେ।
ଆର୍ମେନିଆର ପ୍ରଧାନମନ୍ତ୍ରୀ ଯୁଦ୍ଧ ସାମ୍ନାରେ ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଅସ୍ତ୍ରଶସ୍ତ୍ର ନେବାକୁ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି। ଏହି ମାସର ଆରମ୍ଭରେ, ଆର୍ମେନିଆର ପ୍ରଧାନମନ୍ତ୍ରୀ୨୦ ବର୍ଷର ପୁଅ ମଧ୍ୟ ଏହି ସଂଗ୍ରାମରେ ସ୍ୱେଚ୍ଛାସେବୀ ହେବାକୁ ମନୋନୀତ ହୋଇଛନ୍ତି। ଏହି ଯୁଦ୍ଧରେ ଆର୍ମେନିଆର ଦୁଇ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସେପ୍ଟେମ୍ବରରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି। ତିନୋଟି ଅସ୍ତ୍ରବିରତି ଚୁକ୍ତି ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories