www.samajalive.in
Saturday, December 13, 2025
14.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ମୁକୁଳା ପଡିଛି ବିଦ୍ୟୁତ ସବ୍‌ଷ୍ଟେସନ

ବୋଲଗଡ : ବୋଲଗଡ ସଦର ମହକୁମା ସ୍ଥିତ ରଜ ପଡିଆଠାରେ ବିପଦ ସଙ୍କୁଳ ଅବସ୍ଥାରେ ମୁକୁଳା ପଡିଛି ବିଦ୍ୟୁତ ବିଭାଗର ମିନି ସବ୍‌ଷ୍ଟେସନ। ସୂଚନା ଯୋଗ୍ୟ, ବୋଲଗଡ ଗାନ୍ଧୀ ବଜାରଠାରେ ଥିବା ବିଦ୍ୟୁତ ସବ୍‍ଷ୍ଟେସନ ସାରା ସାହି ବସ୍ତିଠାରୁ ଆରମ୍ଭ କରି ସମସ୍ତ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟମାନଙ୍କୁ ବିଭାଗ ପକ୍ଷରୁ ବିଦ୍ୟୁତ ଯୋଗାଇ ଦିଆଯାଉଥିଲା। ମାତ୍ର ବିଦ୍ୟୁତ ଗ୍ରହିତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଯିବାରେ ଉକ୍ତ ସବ୍‍ଷ୍ଟେସନରୁ ଚାହିଦା ମୁତାବକ ବିଦ୍ୟୁତ ଯୋଗାଣର ହ୍ରାସ ହେତୁ କେତେକ ସାହି ବସ୍ତି ତଥା ସରକାରୀ କାର୍ଯ୍ୟାଳୟମାନଙ୍କରେ ଲୋ ଭୋଲଟେଜ ଉପଲବ୍ଧ ହେତୁ ଛାତ୍ରଛାତ୍ରୀମାନଙ୍କ ପଠନ ତଥା ବିଭିନ୍ନ ସରକାରୀ ସେବା ବାଧାପ୍ରାପ୍ତ ହେଉଥିଲା। ଏଣୁ ଏହାର ସୁବିଧା ଦୃଷ୍ଟିରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ବଣ୍ଟନ ପକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗ୍ରାମର ବିଭିନ୍ନ ସ୍ଥାନରେ ୩/୪ଗୋଟି ସବ୍‌ଷ୍ଟେସନ ସ୍ଥାପନ କରାଯାଇଅଛି। ଏହା ମଧ୍ୟରୁ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ରଜପଡିଆଠାରେ ଚଳିତବର୍ଷ ଗୋଟିଏ ସବ୍‌ଷ୍ଟେସନ ନିର୍ମାଣ କରାଯାଇଛି। ମାତ୍ର ଏହାର ଚର୍ତୁପାର୍ଶ୍ବରେ ସୁରକ୍ଷା ଦୃଷ୍ଟିରୁ କୈାଣସି ବାଡବନ୍ଦି ନାହିଁ। ଏହାର ରକ୍ଷଣାବେକ୍ଷଣରେ ଅବହେଳା ହେତୁ ମୂଳରୁ ଉର୍ଦ୍ଧ୍ବକୁ ଗୁଲ୍ମ ଜାତୀୟ ଲଟା ଗୁଡା ହୋଇରହିଛି। ସେହିପରି ପ୍ରତିଦିନ ସଂପୃକ୍ତ ରାସ୍ତାରେ ବହୁସଂଖ୍ୟାରେ ପ୍ରାଣୀମାନେ ଜଙ୍ଗଲକୁ ଚରାବୁଲା ନିମନ୍ତେ ଯାଉଛନ୍ତି। ଏପରିକି ସେହି ରାସ୍ତା ବ୍ଲକ ଛକଠାରୁ ଗାଁ ମଧ୍ୟକୁ ଯାଇଥିବାର ମୁଖ୍ୟରାସ୍ତା ହୋଇଥିବାରୁ ବହୁ ବ୍ୟକ୍ତିସମୁହ ସମେତ ଯାନବାହାନ ଇତ୍ୟାଦି ଯାତାୟତ ହେଉଅଛି। କୈାଣସି ମସୟରେ ପ୍ରାଣୀଧନ ହେଉ କିମ୍ବା କୈାଣସି ବ୍ୟକ୍ତିଙ୍କ ଅଜାଣତରେ ଅଘଟଣ ନଘଟିବ ଏକଥା କେହି କହିପାରିବେ ନାହିଁ। ଯେହେତୁ ଏହାର ବାଡବନ୍ଧି ହୋଇନାହିଁ। ଏଣୁ ଏହି ଅଘଟଣକୁ ଏଡାଇବା ନିମନ୍ତେ ଏହାର ରକ୍ଷଣା ବେକ୍ଷଣ ସହିତ ବାଡବନ୍ଦି କରିବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଅଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories