ଏହି ସହରରେ ବଳାତ୍କାର ଏକ ସାଧାରଣ କଥା, ପ୍ରତି ୩ଜଣରୁ ଜଣେ ବଳାତ୍କାରୀ

0

କେପ୍‍ ଟାଉନ: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗର ସବୁଠୁ ବିପଦଜନକ ଅଞ୍ଚଳ ଭାବେ ଜଣାଶୁଣା ଡିଏପସ୍ଲୋଟ୍‍ ସହର ଏବେ ନିଜର ବଳାତ୍କାର ସଂସ୍କୃତିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛି। ଏହି ସହରରେ ମହିଳାଙ୍କୁ ବଳାତ୍କାର ଏକ ସାଧାରଣ କଥା। ଏହି ସହରର ପ୍ରତି ୩ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ବଳାତ୍କାରୀ ଅଟେ। ନିକଟରେ ଏହି ସହରର ୨ ଜଣ ଯୁବକ ବିବିସିକୁ କହିଥିଲେ ଯେ ସେମାନେ ଅନେକ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏହା ଏକ ଅପରାଧ ଓ କିଛି ଭୁଲ କରୁଛନ୍ତି ବୋଲି ବୋଲି ସେମାନେ ଜାଣିନଥିଲେ। ସେମାନେ କେବେ ବି ବଳାତ୍କାର ଶିକାର ପୀଡ଼ିତାଙ୍କ ସ୍ଥାନରେ ନିଜକୁ ରଖି ଚିନ୍ତା କରିନାହାନ୍ତି। କ୍ୟାମେରା ସାମ୍ନାରେ ଏହି କଥା ସ୍ୱୀକାର କରୁଥିବାବେଳେ ସେମାନଙ୍କ ମୁଖ ମଣ୍ଡଳରେ କୌଣସି ଚିନ୍ତା କିମ୍ବା ଦ୍ୱିଧା ଦେଖିବାକୁ ମିଳିନଥିଲା। ସେମାନେ ମହିଳାଙ୍କ ଘରକୁ ଯାଇ କବାଟ ଠକ୍‍ ଠକ୍‍ କରନ୍ତି। ମହିଳା କବାଟ ଖୋଲିବା ମାତ୍ରେ ସେ ଭିତରକୁ ପଶିଯାଇ ତାଙ୍କ ବେକରେ ଛୁରି ଳଗାଇ ବଳାତ୍କାର କରନ୍ତି। ଡିଏପସ୍ଲୋଟ୍‍ ସହରରେ ବଳାତ୍କାର ଏକ ସାଧାର ଘଟଣା। ଏହି ସହରର ପ୍ରତି ୩ ଜଣଙ୍କ ପୁରୁଷଙ୍କ ମଧ୍ୟରୁ ଜଣେ ଅନ୍ୟୁନ୍‍ ଗୋଟିଏ ବଳାତ୍କାର କରିଥିବା ସ୍ୱୀକାର କରିଛନ୍ତି। ୨୦୧୬ରେ ଏକ ସର୍ଭେରୁ ଏହି ତଥ୍ୟ ପଦାକୁ ଆସିଥିଲା। ଏହି ସହରରେ କେହି ବଳାତ୍କାରକୁ ଅପରାଧ ଭାବନ୍ତି ନାହିଁ। ଏହି ସହରରେ ଗତ ୩ ବର୍ଷ ମଧ୍ୟରେ ୫୦୦ ବଳାତ୍କାର ମାମଲା ଦାଏର ହୋଇଛି। କିନ୍ତୁ ଗୋଟିଏ ବି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କେବଳ ବଳାତ୍କାର ନୁହେଁ ଅନ୍ୟ ଅପରାଧ ମାମଲାରେ ବି ଏଠାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏହି ସହରରେ ରାତି ୧୧ ଟା ପରେ ରାସ୍ତାରେ ଏକାକୀ ଯିବାକୁ ଲୋକେ ଭୟ କରନ୍ତି। ଦୁର୍ବଳ ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଯୋଗୁଁ ଏଠାକାର ଲୋକେ ଆଇନ ନିଜ ହାତକୁ ନେଇଥାନ୍ତି। ଏଠାକାର ଲୋକେ ଅପରାଧୀ ପ୍ରବଣ ଓ ତାଙ୍କୁ ଦର୍ଡ ଦେଉଥିବା ବିଚାରପତିଙ୍କୁ ପିଟି ପିଟି ହତ୍ୟା କରିଥାନ୍ତି ବୋଲି ଜଣେ ସାମ୍ବାଦିକ ପ୍ରକାଶ କରିଛନ୍ତି। ପୁଲିସ୍‍ ବି ଲୋକଙ୍କୁ ଡ଼ରି କିଛି କାର୍ଯ୍ୟାନୁଷ୍ଠାନ ନେଇପାରେ ନାହିଁ। ଭିଡ଼ ଲୋକଙ୍କୁ ଜୀବନ୍ତ ଜାଳି ଦିଅନ୍ତି ଓ ଏକାଠି ସେହି ଦୃଶ୍ୟ ଦେଖି ମଜା ନିଅନ୍ତି। ପୁଲିସ୍‍ ଆଗରେ ଏଭଳି ଘଟଣା ଘଟେ ଓ କିଛି କାର୍ଯ୍ୟାନୁଷ୍ଠାନ ହୁଏନାହିଁ। ଏପରିକି ପୁଲିସ୍‍ ପୀଡ଼ିତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରେନାହିଁ। ବଳାତ୍କାର ସଂସ୍କୃତିକୁ ନେଇ ଏହି ସହର ଚର୍ଚ୍ଚାକୁ ଆସିବା ପରେ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ସେଚତନତା ସୃଷ୍ଟି ପାଇଁ ଦକ୍ଷିଣ ଆଫ୍ରିକା ସରକାରଙ୍କୁ କହିଛନ୍ତି।

Leave A Reply