www.samajalive.in
Sunday, December 7, 2025
14.1 C
Bhubaneswar

ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପୁଲିସ-ନକ୍ସଲ ଗୁଳି ବିନିମୟ

ମାଲକାନଗିରି : ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ଏବେ ସୁଦ୍ଧା ଚାଲିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ। ସୂଚନା ଅନୁଯାୟୀ ଆଜି ସକାଳୁ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଜୁମଡାଙ୍ଗ ଗ୍ରାମ ନିକଟରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ତେବେ ଏହାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ୟ ଜାରି ରହିଥିବା ଜଣା ପଡିଛି। ମାଓବାଦୀ ମାନେ ଜୁମଡାଙ୍ଗ ଅଞ୍ଚଳରେ କିଛି ଗାଡି ପୋଡ଼ିଦେଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏନେଇ ପୋଲିସ ପକ୍ଷରୁ ବର୍ତ୍ତମାନ ଶୁଦ୍ଧା କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ସୂଚନାଯୋଗ୍ୟ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ସଂପର୍କରେ ବିଶେଷ ସୂତ୍ରରୁ ଖବରପାଇ ଗତକାଲି ରାତିରେ ପୁଲିସ, ଏସଓଜି ଏବଂ ବିଏସଏଫ (ବାଟାଲିୟନ-୯)ର ଯବାନ ମିଳିତ ଭାବେ ଉକ୍ତ ଅଞ୍ଚଳରେ ସର୍ଚ ଅପରେସନ୍ କରିଥିଲେ। ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ସେଠାରେ ଲାଣ୍ଡମାଇନ ବିସ୍ଫୋରଣ କରିଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏବେ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡିଛି । ତେବେ ଏହି ଘଟଣା ସମ୍ପର୍କରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏହା ପୂର୍ବରୁ ଅର୍ଥାତ ଗତକାଲି ବିଚ୍ଛିନ୍ନାଞ୍ଚଳର ମୁକୁଡ଼ପାଲ୍ଲୀ ଓ ଗୋରାସେତୁରୁ ବିପୁଳ ପରିମାଣର ମାରଣା ଅସ୍ତ୍ର ଜବତ କରାଯାଇଥିଲା। ଏହାଛଡ଼ା ନକ୍ସଲଙ୍କ ପରିଚୟ ପତ୍ର, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଇନ, ଗୋଟିଏ ଅକ୍ସିଜେନ ସିଲିଣ୍ଡର, ୮ଟି ଡିଟୋନେଟର, କଡେସ୍କ ତାର ପରି ଅନେକ ସାମଗ୍ରୀ ଜବତ କରିଥିଲେ।

- Advertisement -

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories