www.samajalive.in
Friday, December 12, 2025
26.1 C
Bhubaneswar

କନ୍ଧମାଳ: ୬ କରୋନା ଯୋଦ୍ଧାଙ୍କ ସମେତ ୩୪ ନୂଆ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଜଣେ ପୁଲିସ କର୍ମଚାରୀଙ୍କ ସମେତ ୬ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଜିଲାରେ ପୁଣି ଜଣେ ୬୨ ବର୍ଷିୟ ମହିଳାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଜିଲ୍ଲାରେ ଆଜି ୩୪ ଜଣ କରୋନା ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୫୪୩ ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫,୨୫୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬୪ ଜଣ ବର୍ତ୍ତମାନ ଜିଲାର ବିିଭନ୍ନ କୋଭିଡ଼୍‍ ମେଡ଼ିକାଲ୍‍ ଓ ହୋମ୍‍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଆଜିର ପୁଣି ଜଣକଙ୍କର ମୃତ୍ୟୁକୁ ମିଶାଇ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛିି। ଆଜିର ଚିହ୍ନଟମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୨ଜଣ ଏବଂ ଗ୍ରାମାଂଚଳରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳରେ ଜଣେ ଏବଂ ଗ୍ରାମାଂଚଳରେ ୨ ଜଣ, ଚକାପାଦର ୩ ଜଣ, ଦାରିଙ୍ଗବାଡିର ୩ ଜଣ, କ.ନୁଆଗାଁର ୧୧ ଜଣ, ଖଜୁରିପଡାରେ ୪ ଜଣ, ରାଇକିଆର ଜଣେ, ଟିକାବାଲିର ୨ ଜଣ, ଫିରିଙ୍ଗିଆର ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଛି। କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ ବାରମ୍ବାର ସଚେତନ କରାଯିବା ସହିତ ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ ମଧ୍ୟ ପାର୍ବଣ ବଜାର ଯୋଗୁଁ ଅନେକ ବିନା ମାସ୍କରେ ଓ ବିନା ସାମାଜିକ ଦୂରତ୍ୱରେ ବହୁ ଅମାନିଆ ବୁଲୁଥିବାର ଦେଖାଯାଇଛି। ବର୍ତ୍ତମାନ ପରିସ୍ଥିତି ପ୍ରଶାସନ ଓ ପୁଲିସ୍‍ ପକ୍ଷରୁ ଚଢାଉ ଜୋରଦାର କରିବା ଆବଶ୍ୟକ ହୋଇ ପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories