www.samajalive.in
Friday, December 5, 2025
26.1 C
Bhubaneswar

ବରଦାଦୁର୍ଗା ସିଦ୍ଧିଦାତ୍ରୀ ରୂପରେ ପୂଜାର୍ଚ୍ଚନା

ବରପାଲି: ବରପାଲି ମାତା ବରଦା ଦୁର୍ଗାଙ୍କ ନବଦିନାତ୍ମକ ୮୧ତମ ଶାରଦିୟ ପୂଜାର୍ଚ୍ଚନା ଅବସରରେ ନବମ ଶକ୍ତି ସ୍ୱରୂପା ମା’ ସିଦ୍ଧି ଦାୟିନୀ ରୂପରେ ପାରମ୍ପରିକ ରୀତିନୀତି ଅନୁସାରେ ପଣ୍ଡିତ ଓ ପୂଜକମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି। ଶନିିବାର ପ୍ରତ୍ୟୁଷରୁ ପୂଜକମାନେ ତେଜମୟୀ ରୂପକାନ୍ତି ସିଦ୍ଧିୟା ସିଦ୍ଧିଦାତ୍ରୀ ବେଶରେ ମା’ଙ୍କୁ ସଜ୍ଜିତ କରିଥିଲେ। ପରେ ପଣ୍ଡିତମାନଙ୍କ ଦ୍ୱାରା ମା’ଙ୍କ ନବମୀ ପୂଜାର୍ଚ୍ଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥିବା ଯୋଗୁ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା। ମା’ ଚତୃଭୁଜା ସିଂଘବାହିନୀ ପଦ୍ମାସନୀ ତାଙ୍କର ଡ଼ାହାଣ ହାତରେ ଗଦା ରହିଥିବା ବେଳେ ତଳପଟ ହାତରେ ଚକ୍ର ରହିଥାଏ। ସେହିପରି ବାଁପଟ ହାତରେ ପଦ୍ମ ରହିଥିବା ସ୍ଥଳେ ତଳ ପଟରେ ଶଙ୍ଖ ଶୋଭା ପାଇଥାଏ। ମା’ଙ୍କ ସିଦ୍ଧିଦାତ୍ରୀ ରୂପ ଉପାଶନାରେ ସାଧକ ଅନନ୍ତ ଦୁକଃ ରୂପକ ସଂସାରରେ ନିର୍ଲିପ୍ତ ରହି ସକଳ ସୁଖ ଭୋଗ ପ୍ରାପ୍ତି କରିବା ସହିତ ମଣିଷ ଜନ୍ମରୁ ମୋକ୍ଷ ପ୍ରାପ୍ତି କରିଥାଏ। ନବ ଦିନାତ୍ମକ ପୂଜାବିଧିର ମା’ ସିଦ୍ଧିଦାତ୍ରି ହେଉଛନ୍ତି ଶେଷ ଦୁର୍ଗା ଶାସ୍ତ୍ରୀୟ ବିଧିବିଧାନ ମତରେ ଅନ୍ୟ ଅଷ୍ଟ ରୂପରେ ଦୁର୍ଗାଙ୍କ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ କଲାପରେ ସାଧକ ନବମୀ ଦିବସରେ ମାତା ସିଦ୍ଧିଦାତ୍ରୀଙ୍କ ଉପାସନାରେ ପ୍ରବୃତ୍ତ ହୋଇଥାଏ। ଆସନ୍ତା କାଲି ରବିବାର ମା’ ବରଦାଙ୍କ ବିଜୟାଦଶମୀ ଦଶହରା ଉତ୍ସବ ପାଳିତ ହେଉଥିବା ବେଳେ କୁମାର ପୁର୍ଣ୍ଣମୀ ତିଥିରେ ମା’ଙ୍କର ସୁନାବେଶ ଓ ରାଜ ରାଜେଶ୍ୱରୀ ରୂପରେ ମା’ ଭକ୍ତ ମାନଙ୍କୁ ଦର୍ଶନ ଦେବେ ବୋଲି ସୂଚନା ଦିଆଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories