www.samajalive.in
Saturday, December 6, 2025
19.1 C
Bhubaneswar

ଖୁବ୍‌ ଶୀଘ୍ର କରୋନା ଟୀକା: ସ୍ବାସ୍ଥ୍ୟ ଓ ଅଙ୍ଗନୱାଡ଼ି କର୍ମୀ ଆଗେ ଟୀକା ପାଇବେ

ଭୁବନେଶ୍ବର: ସାରା ବିଶ୍ବକୁ ଭୟଭୀତ କରି ରଖିଥିବା କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଆଜି ପର୍ଯ୍ୟନ୍ତ ଟୀକା ବାହାରି ନାହିଁ। ଖୁବ୍‌ ଶୀଘ୍ର କରୋନା ଟୀକା ଓଡ଼ିଶାକୁ ଆସିବାକୁ ଥିବାରୁ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧାଙ୍କୁ ଆଗ ଟୀକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡ଼ୀ କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟୀକା ଦିଆଯିବ। ରାଜ୍ୟରେ କେତେ ସଂଖ୍ୟ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରି ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଦେବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏସିଏସ୍‌ ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ଚିଠି ଲେଖିଛନ୍ତି।

ଅଙ୍ଗନୱାଡ଼ି କର୍ମୀ, ହେଲ୍‌ପର୍‌, ସୁପରଭାଇଜର, ସିଡିପିଓଙ୍କୁ ତଥ୍ୟ ଦେବା ପାଇଁ ଚିଠିରେ ନିର୍ଦେଶ ରହିଛି। ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମ୍‌ଏସ୍‌-ଭ୍ୟାକ୍‌ସିନେସନ୍‌ ବେନିଫିସିଆରି ମ୍ୟାନେଜ୍‌ମେଣ୍ଟ ସିଷ୍ଟମ(ସିଭିବିଏମ୍‌ଏସ୍‌)ରେ ଡାଟା ଅପ୍‌ଲୋଡ୍‌ କରାଯିବ। ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି କର୍ମୀଙ୍କ ଡାଟା ପ୍ରସ୍ତୁତ କରାଯିବ ଏବଂ ତାହା ସିଭିବିଏମ୍‌ଏସ୍‌ରେ ଅପ୍‌ଲୋଡ୍‌ ହେବ। ଏ ନେଇ ଆଇଏମ୍‌ଏ, ଆୟୁଷ ଓ ନର୍ସିଂ ଆସୋସିଏସନ୍‌, ପାରାମେଡ଼ିକ୍‌ କର୍ମଚାରୀ ସଂଘ ଓ ଘରୋଇ ମେଡ଼ିକାଲ୍‌ ସଂଘ ସଭାପତି ସେମାନଙ୍କ ସଦସ୍ୟଙ୍କ ନାମ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ପ୍ରଦାନ କରିବା ପାଇଁ ଚିଠି ଲେଖାଯାଇଛି। ଅକ୍ଟୋବର ୨୯ ସୁଦ୍ଧା ସଂଘ ପକ୍ଷରୁ ସମସ୍ତ ସଦସ୍ୟଙ୍କ ନାମ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଦେବାକୁ ପଡ଼ିବ। ଏ ସଂକ୍ରାନ୍ତରେ ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ସ୍ବାସ୍ଥ୍ୟ ସଚିବ ଏସିଏସ୍‌ଙ୍କ ଚିଠି ଲେଖିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories